ଭାରତ

ସୁନୀତା କେଜ୍ରିୱାଲ ଆରମ୍ଭ କଲେ “କେଜ୍ରିୱାଲ କୋ ଆର୍ଶୀବାଦ” ଅଭିଯାନ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ସମ୍ପର୍କରେ ସୁନୀତା କେଜ୍ରିୱାଲ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ନାମ ହେଉଛି କେଜ୍ରିୱାଲ ଆର୍ଶୀବାଦ କ୍ୟାମ୍ପ। ଏଥିପାଇଁ ସେ ହ୍ୱାଟସ୍ ଆପ୍ ନମ୍ବର ୮୨୯୭୩୨୪୬୨୪  ମଧ୍ୟ ଜାରି କରିଛନ୍ତି।

ସୂଚନାନୁଯାୟୀ , କେଜ୍ରିୱାଲ ଜୀଙ୍କୁ ଆଶୀର୍ବାଦ ଦେବା ପାଇଁ, ଆପଣ ଏହି ନମ୍ବରରେ ହ୍ୱାଟସ୍ ଆପ୍ କରିପାରିବେ । କେଜ୍ରିୱାଲଙ୍କୁ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି । । କୋର୍ଟ ଇଡି ରିମାଣ୍ଡକୁ ଚାରି ଦିନ ବଢାଇ ଦେଇଛନ୍ତି। ରିମାଣ୍ଡର ସମ୍ପ୍ରସାରଣ ଦାବିରେ ଶୁଣାଣି ବେଳେ ତଦନ୍ତକାରୀ ସଂସ୍ଥାର ଓକିଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଦନ୍ତରେ ସହଯୋଗ କରୁନାହାଁନ୍ତି। ଏହି ମାମଲା ସହ ଜଡିତ ଆଉ କିଛି ଲୋକଙ୍କ ସହ ସିଏମ୍ ମୁହାଁମୁହିଁ ହେବାକୁ ପଡିବ।  ଏଥି ସହିତ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ପକ୍ଷ ଉପସ୍ଥାପନ କରି କହିଛନ୍ତି ଯେ ଏକ୍ସାଇଜ୍ ନୀତି ପ୍ରଣୟନ ସମୟରେ କୌଣସି ଘୋଟାଲା ହୋଇନାହିଁ। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ ଆମ୍ ଆଦମୀ ପାର୍ଟି (AAP) କୁ ଧ୍ୱଂସ କରିବା ହେଉଛି ଇଡିର ଉଦ୍ଦେଶ୍ୟ।

Related posts

“ଜିତିବା ପାଇଁ ବ୍ୟାନର ଏବଂ ପ୍ରଚାରର ଆବଶ୍ୟକତା ନାହିଁ” ନିତିନ ଗଡକରୀ

mahabharatanews

କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି: ସିବିଆଇ ବୀରଭୂମ ହିଂସା ଯାଞ୍ଚ କରିବ ସିବିଆଇ, ଏପ୍ରିଲ ୭ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

mahabharatanews

ଭକ୍ତ ଆହତ: ଅଯୋଧ୍ୟା ଅଭିମୁଖେ ସିଏମ୍ ଯୋଗୀ 

mahabharatanews