ଭାରତ

୧୭୦୦ କୋଟି ଜୋରିମାନା ଦେବ କଂଗ୍ରେସ

(ଦିଲ୍ଲୀ) : କଂଗ୍ରେସକୁ ପୁଣି ନୋଟିସ୍ । ପାର୍ଟିକୁ ୧୭୦୦ କୋଟି ଟଙ୍କାର ଜୋରିମାନା ଦେବା ପାଇଁ ଆୟକର ବିଭାଗ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରିଛି । ବର୍ତ୍ତମାନ କଂଗ୍ରେସ ଆଉ ତିନି ବର୍ଷର ଆୟର ଅନୁସନ୍ଧାନ ଶେଷ କରିବାକୁ ଅପେକ୍ଷା କରିଛି ଯାହାର ତଦନ୍ତ ରବିବାର ସୁଦ୍ଧା ଶେଷ ହେବା ନେଇ ସୂଚନା ରହିଛି । ହାଇକୋର୍ଟରେ ଶୁଣାଣି ବେଳେ କଂଗ୍ରେସ ଓକିଲ ତଥା ରାଜ୍ୟସଭା ସାଂସଦ ବିବେକ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଆୟକର ବିଭାଗର କାର୍ଯ୍ୟ ଅନାବଶ୍ୟକ ଏବଂ ଏହା ଗଣତନ୍ତ୍ର ବିରୋଧରେ। କଂଗ୍ରେସ ଅଭିଯୋଗ କରିଛି ଯେ ଲୋକସଭା ନିର୍ବାଚନ ସମୟରେ ମୁଖ୍ୟ ବିରୋଧୀ ଦଳ ଜାଣିଶୁଣି ଟାର୍ଗେଟ କରୁଛନ୍ତି। ପୂର୍ବରୁ ଆୟକର ବିଭାଗ ଦିଲ୍ଲୀରେ ଅବସ୍ଥିତ କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟରୁ ୧୩୫କୋଟି ଟଙ୍କା ଜବତ କରିସାରିଛି। କଂଗ୍ରେସ ନିଶ୍ଚିତ ଭାବରେ ୨୦୧୮-୧୯ ପାଇଁ ସର୍ତ୍ତ ପୂରଣ କରିବାରେ ସକ୍ଷମ ନୁହେଁ।

 

Related posts

ଦିଲ୍ଲୀରେ ବୁଡିଗଲା IAS କୋଚିଙ୍ଗ ସେଣ୍ଟର, ୩ ଛାତ୍ର ମୃତ

mahabharatanews

୨ହଜାର ନୋଟ୍‌ ପ୍ରତ୍ୟାହାର ‘ବିଲିୟନ୍‌ ଡଲାର୍‌ ଧୋକା’: ମମତା ବାନାର୍ଜୀ

mahabharatanews

ଭାରତକୁ ଫେରିଆସିବ ଛତ୍ରପତି ଶିବାଜୀଙ୍କ ‘ବାଘନଖ’

mahabharatanews