ଓଡିଶା

ଭିତର କାଠରେ ରକ୍ତ ଛିଟା, ଘଣ୍ଟାଏ କାଳ ଦର୍ଶନ ବନ୍ଦ

(ପୁରୀ) : ଶ୍ରୀମନ୍ଦିର ଭିତର କାଠରେ ରକ୍ତ ଛିଟା । ଏହା ପରେ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ଛିଟା ଲାଗିଥିବାରୁ ଏହି ମହାସ୍ନାନ କରାଯାଉଛି । ଫଳରେ ଘଣ୍ଟାଏ କାଳ ଦର୍ଶନ ବନ୍ଦ ରହିବ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ।

ସୂଚନାନୁଯାୟୀ , ଦର୍ଶନ ବେଳେ ଜଣେ ଭକ୍ତ ପଡି ଆହତ ହୋଇଥିଲେ । ସେଥିରୁ ରକ୍ତ ଛିଟା ପଡ଼ିଥିବା ଅନୁମାନ କରାଯାଉଛି । ଆଜି ରବିବାର ଓ କାଲି ବଡଦିନ ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡ ଓ ଶ୍ରମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି ।

Related posts

ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି ଶ୍ରଦ୍ଧାଞ୍ଜଳୀ।

mahabharatanews

ଏନ୍ଟିପିସି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା ବିକାଶ କର୍ମଶାଳା

mahabharatanews

ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତି

mahabharatanews