ଓଡିଶା

ଭିଆଇପି ପରମ୍ପରାକୁ ଭୁଲିନାହାନ୍ତି ବିଏମସି କମିଶନର: ବିଜୟ

ଭୁବନେଶ୍ୱର: ୨୦୧୭ରୁ ଭିଆଇପି ସଂସ୍କୃତିର ବିଲୋପ ଘଟିଥିଲା । ଏହା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ୨୦୧୭ରୁ ନାଲି ବତୀ ଗାଡି ବ୍ୟବହାର କରୁନାହାନ୍ତି । ଏପରି ସମୟରେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ନାଲିବତୀ ଗାଡି ବ୍ୟବହାର କରି ଭିଆଇପି ପରମ୍ପରାକୁ ଭୁଲି ପାରୁନାହାନ୍ତି । ସେ ଜଣେ ମାନସିକ ଦୁର୍ବଳ ଲୋକ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିୟମର ଅନୁପାଳନ କରି ନାଲିବତୀ ବ୍ୟବହାର କରୁ ନ ଥିବା ବେଳେ ବିଏମସି କମିଶସନର ନିଜକୁ ଜଣେ ବେରି ଇମ୍ପୋଟାଣ୍ଟ ପର୍ସନ ମନେ କରୁଛନ୍ତି, ଯେଉଁଥିପାଇଁ ସେ ଏପର୍ଯ୍ୟନ୍ତ ନାଲି ବତୀ ଗାଡି ବ୍ୟବହାର କରୁଛନ୍ତି । ଏହା ତାଙ୍କ ମାନସିକ ଅସନ୍ତୁଳନର ପ୍ରମାଣ ଦେଉଛି । ତେଣୁ ତୁରନ୍ତ ପ୍ରଶାସନ ତାଙ୍କୁ ମାନସିକ ଅସନ୍ତୁଳନ ଘୋଷଣା କରି ତାଙ୍କ ଚାକିରିରୁ ବହିଷ୍କାର କରନ୍ତୁ । ଏଥିସହ ବିଜୟ ମଧ୍ୟ ପୁଲିସ ତାଙ୍କ ବିରେ।।ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ମାମଲା ନିଜଆଡୁ ରୁଜୁ କରିବାକୁ କହିଛନ୍ତି । ତେବେ ଏସମ୍ପର୍କରେ ବିଏମସି କମିଶନର କିଛି କହିନାହାନ୍ତି । କେବଳ ଏତିକି କହିଛନ୍ତି, ଏନେଇ ଯଦି ଆବଶ୍ୟକ ହୁଏ ତେବେ ସେ ସାମ୍ବାଦିକ ସମ୍ମିଳନୀ ଡକାଇ ଏହା ଉପରେ ନିଜ ମତ ରଖିବେ ।
ଅପରପକ୍ଷରେ ଆଜି ପ୍ରେମଚାନ୍ଦଙ୍କ ବିରୋଧରେ ସିଭିଲ ସୋସାଇଟି ତରଫରୁ କ୍ୟାପିଟାଲ ଥାନାରେ ଏକ ମାମମଲା ରୁଜୁ ହୋଇଛି । ସରକାରଙ୍କ କୋଭିଡ ଗାଇଡ଼ଲାଇନ ଉଲଂଘନ କରି ବିଏମସି କମିଶନର ପ୍ରେମଚାନ୍ଦ ଆଇନଗତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଶ୍ରୀମତୀ ପାଣିଗ୍ରାହୀ ତାଙ୍କ ଏଫଆଇଆର ରେ ଦର୍ଶାଇଛନ୍ତି ଯେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟରେ ସଭାସମିଟି, ଜନ ସମାବେଶ ଉପରେ ରୋକ ଲଗେଇବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଭୁବନେଶ୍ବରରେ ପ୍ରତି ସପ୍ତାହରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟ ର କଥା, ବିଏମ ସି କମିଶନର ଶ୍ରୀ ଚୌଧୁରୀ ସମସ୍ତ ନୀତିନିୟମ ଉଲଂଘନ କରି ଶନିବାର ଓ ରବିବାର ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ବୈଠକ କରିବା , ବରିଷ୍ଟ ନାଗରିକ ମାନଙ୍କୁ ନେଇ ପାର୍କରେ ସଭାସମିତି କରିବା ଇତ୍ୟାଦି କାର୍ୟ୍ୟକ୍ରମ କରିଥିଲେ ଯାହାକି କୋଭିଡ଼ ଗାଇଡ଼ଲାଇନର ଉଲଂଘନ ଅଟେ ।

Related posts

ରାଜ୍ୟରେ ଶନିବାର, ରବିବାର ସଟଡାଉନ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୩୮୯କୁ ବୃଦ୍ଧି

mahabharatanews

ବିଧାନସଭା ଚାରିପାଖରେ ୮ ପ୍ଲାଟୁନ ପୁଲିସ ମୁତୟନ ହେବେ

mahabharatanews