ଓଡିଶା

ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ଆଜି ଅପରାହ୍ନରେ ଭି,ଏସ୍,ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଅକ୍ଷୟ ସ୍ବାଇଁ, ଦୀପକ ନାୟକ, ନଳିନୀକାନ୍ତ ବେହେରା,ନରେନ୍ଦ୍ର ବିଶ୍ୱାଳ, କମଳାକାନ୍ତ ରାଉତରାୟ, ଦେବାନନ୍ଦ ଦାସ ବିଜେଡି ନେତ୍ରୀ ମନୋରମା ପାତ୍ର, ସୁଚିତ୍ରା ବେହେରା, ଇସା ମହାନ୍ତି, ପୁଷ୍ପଲତା ରାଉଳ, ସ୍ନେହଲତା ମୁଦୁଲି, ନୃସିଂହ ଧଳ, ସର୍ବଜିତ୍ ସାହୁ, ସୁଶାନ୍ତ ମୁଦୁଲି, ପୁଷ୍ପଲତା ନାୟକ ପ୍ରମୁଖ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଯୋଗଦାନ କରି ଆଗାମୀ ଦିନରେ ଗ୍ଲୋବାଲ ୱାର୍ମିଂ ଓ ପରିବେଶର ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳ ରେ ୧୦୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିବା ପାଇଁ ଶପଥ ନେଇଛନ୍ତି ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Related posts

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ 

mahabharatanews

୪ ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ପରିଚାଳନା କରିବେ ମହିଳା ଏସଏଚଜି

mahabharatanews

୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି

mahabharatanews