ଓଡିଶା

ଗ୍ରୀଷ୍ମ ପ୍ରବାହ: ଏଣିକି ୭ଟାରୁ ସ୍କୁଲ

(ଭୁବନେଶ୍ୱର) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ସ୍କୁଲକୁ ସକାଳୁଆ କରିବାକୁ ଏପ୍ରିଲ୍ ୨ରେ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧୧ଟା୩୦ ପର୍ଯ୍ୟନ୍ତ ସ୍କୁଲ ହେଉଛି । ସେହିପରି ସମସ୍ତ ଅଙ୍ଗନବାଡ଼ି ମଧ୍ୟ ସକାଳୁଆ ହେଉଛି ।

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବଲାଙ୍ଗିର ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି, ହେଲେ ଏଥିରେ ସମାନ୍ୟ ସମୟର ପରିବର୍ତ୍ତନ କରାଯିବା ନେଇ ସୂଚନା ରହିଛି । ଏଣିକି ସମସ୍ତ ସ୍କୁଲ ୭ଟା ବଦଳରେ ଏଣିକି ସକାଳ ୬ଟାରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୪ ତାରିଖ ଦିନ ବଲାଙ୍ଗିର ସହରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା । ସେହିପରି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ସହରର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିଏସ୍ ରେକର୍ଡ କରାଯାଇଥିଲା । ତେବେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Related posts

 ୧୨ ସରକାରୀ, ୧୦ ଘରୋଇ ହସ୍ପିଟାଲରେ ହେବ ଟୀକାକରଣ

mahabharatanews

ଓଏଏସ ଓଆରଏସ ସ୍ତରରେ ଅଦଳବଦଳ ରାଜ୍ୟ ସରକାର

mahabharatanews

 ଦୀପିଳା ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଦୀର୍ଘ ୪ ଘଣ୍ଟା ଜେରା

mahabharatanews