ଓଡିଶା

କାଳବୈଶାଖୀ ପ୍ରଭାବ : ୫ଦିନ ପ୍ରବଳ ଛେଚିବ ବର୍ଷା 

( ଭୁବନେଶ୍ୱର) :  ଆଉ ୩ଦିନ ମଧ୍ୟରେ ଅର୍ଥାତ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି।

ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ।

 

 ଅନ୍ୟପଟେ ଏପର୍ଯ୍ୟନ୍ତ ବାତ୍ୟାର ଦିଗ ସ୍ପଷ୍ଟ ହୋଇପାରୁନାହିଁ । ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୮ ତାରିଖ ରାତି ଓ ୯ ତାରିଖ ସକାଳ ସୁଦ୍ଧା ଲଘୁଚାପ, ୧୦ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

Related posts

ରାଷ୍ଟ୍ରୀୟମର୍ଯ୍ୟଦାରେ ହେବ  ସ୍ୱାଧୀନତା ସଂଗ୍ରାମୀ ମକରଙ୍କ ଶେଷକୃତ୍ୟ

mahabharatanews

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଅଭିଯୋଗ

mahabharatanews

ମିଲ୍କ ମୁଁ କ୍ଷୀର କଂପାନୀରେ ଆମୋନିଆ ଗ୍ୟାସ ଲିକ, ଅଳ୍ପକେ ବର୍ତିଲେ ୩ଶହରୁ ଊଦ୍ଧ୍ୱର୍ କର୍ମଚାରୀ

mahabharatanews