ଓଡିଶା

ବିଜେଡି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

(ବାଲେଶ୍ବର) : ପୁଣି ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ। ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ  ନିଜର ଇସ୍ତଫାପତ୍ର ଦଳ ସଭାପତିଙ୍କ ନିକଟକୁ ପଠାଇଛନ୍ତି।

ଏନେଇ ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସିମୁଳିଆ ଓ ଖଇରାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି। ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନଦେବା କାରଣରୁ  ସେ ଅସନ୍ତୁଷ୍ଟଥିଲେ। ଏହାଛଡ଼ା ଦଳରେ ଅଣଦେଖା ଏକ କାରଣ ବି କୁହାଯାଉଛି। ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସେ।

Related posts

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

୪ ନକ୍ସଲ ନିହତ ଆଶଙ୍କା

mahabharatanews

ହିନ୍ଦୋଳ ବଡଶାଳ ଠାରେ ମା ତାରିଣୀଙ୍କ ଝାମୁଯାତ୍ରା

mahabharatanews