ମନୋରଞ୍ଜନ

ଫିଲ୍ମ ସିଟି ପାଇଁ ବୋନି କପୁରଙ୍କୁ ମିଳିଲା ଟେଣ୍ଡର

(ମୁମ୍ବାଇ) : ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ନେଇ ରହିଛି ଏକ ବଡ଼ ଖବର । ଗ୍ରେଟର ନୋଏଡା ଯମୁନା ପ୍ରାଧିକରଣର ସେକ୍ଟର ୨୧ରେ ନିର୍ମିତ ଫିଲ୍ମ ସିଟି ପାଇଁ ବୋନି କପୁରଙ୍କୁ ଗ୍ଲୋବାଲ ଟେଣ୍ଡର ମିଳିଛି । ତେବେ ଯଦି ଏହି ପ୍ରକଳ୍ପରେ ବିଳମ୍ବ ହୁଏ, ତେବେ ପ୍ରତିଦିନ ସେମାନଙ୍କ ଉପରେ ୧୦ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ।

ସୂଚନାନୁଯାୟୀ , ପ୍ରଥମ ପର୍ଯ୍ୟାୟରେ ୨୩୦  ଏକର ଜମିରେ ଏକ ଫିଲ୍ମ ସିଟି ନିର୍ମାଣ ହେବାକୁ ଯାଉଛି, ଯେଉଁଥି ପାଇଁ ଚାରୋଟି କମ୍ପାନୀ ଆବେଦନ କରିଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ ଗୋଟିଏ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅନ୍ୟଟି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କର ଥିଲା। ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ କମ୍ପାନୀ କନ୍ସୋର୍ଟିୟମ୍ ପ୍ରଥମ ପର୍ଯ୍ୟାୟରେ ଗ୍ରେଟର ନୋଏଡା ଫିଲ୍ମ ସିଟି ନିର୍ମାଣ କରିବାର ସୁଯୋଗ ପାଇଛି। ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ବହୁତ ବଡ଼ ଆକାରରେ ନିର୍ମାଣ ହେବ। ତେବେ ଏହି ପ୍ରକଳ୍ପରେ ଯେପରି କୌଣସି ତ୍ରୁଟି ନ ରୁହେ ସେ ପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦିଆଯିବ ।

Related posts

ଓଟିଟିରେ ଫିଲ୍ମ ‘ଗୁଣ୍ଟୁର କାରମ’

mahabharatanews

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଲେ ସନା ମକବୁଲ ଖାନ୍

mahabharatanews

ରିଲିଜ ହେଲା ଶେହନାଜ ଗିଲଙ୍କ ଗୀତ ‘ୟାର କା ସତାୟା ହୁଆ’

mahabharatanews