ଓଡିଶା

ଶୁଖିଯାଉଛି ବ୍ରାହ୍ମଣୀ ନଦୀ ଶଯ୍ୟା, ଜୀବିକା ହରାଉଛନ୍ତି ଚାଷୀ

(ମହାଭାରତ/ବରୀ): ଯାଜପୁର ଜିଲ୍ଲା ଜେନାପୁର ଠାରୁ ବରୀ ବ୍ଲକ ଦେଇ କେନ୍ଦ୍ରାପଡାକୁ ବୋହି ଯାଇଥିବା ବ୍ରାହ୍ମଣୀ ନଦୀ ଶଯ୍ୟା ଏବେ ଶୁଖିଲା ପଡିଛି । ବରୀ ବ୍ଲକ ଦେଇ ପ୍ରବାହିତ ହେଉଥିବା ଏହି ନଦୀ ଖୋଳା ନଯିବା ଯୋଗୁଁ ଏବେ ନଦୀ ଶଯ୍ୟାରେ ତଣ୍ଡି ପଡିଥିବା ଦେଖିବାକୁ ମିଳିଛି । ବର୍ଷକୁ ପ୍ରାୟ ୭ ମାସ ନଦୀ ଶୁଖିଲା ରହୁଥିବାରୁ ଜଳସ୍ତର କମିଯାଉଛି । ଏହାର ପ୍ରଭାବ ଚାଷ ଉପରେ ପଡୁଥିବା ଦେଖାଦେଇଛି । ବରୀ ବ୍ଲକ ଅନ୍ତର୍ଗତ ଗୋଲକୁଣ୍ଡ, ଶ୍ୱାଇଁଖଣ୍ଡ, ଇଶାଣପୁର, ସହୁପଡା, ଅଟିରା, ବାଇଁସିରିଆ, ଚନ୍ଦନପୁର, ମନ୍ଦାରୀ, ସେରପୁର ଆଦି ୨୦ରୁ ୨୨ଟି ପଞ୍ଚାୟତର ଚାଷୀମାନେ ନଦୀ ଶଯ୍ୟା ଶୁଖୁଥିବାରୁ ଚାଷଜମିକୁ ଜଳ ଯୋଗାଣ ନେଇ ଅସୁବିଧା ସୃଷ୍ଟି ହେଉଛି । ଏହାଛଡା ନଦୀରୁ ମାଛ ଧରି ଚଳୁଥିବା ଚଳୁଥିବା ସ୍ଥାନୀୟ ମତ୍ସଜୀବିମାନେ ଜୀବିକା ହରାଇବାକୁ ବସିଲେଣି । ନଦୀ ଜଳକୁ ନିର୍ଭର କରୁଥିବା ଆଖୁ ଚାଷୀମାନେ ଉକ୍ତ ନଦୀ ଜଳକୁ ବ୍ୟବହାର କରୁଥିବା ବେଳେ ଶଯ୍ୟା ଶୁଖିବା ଫଳରେ ଆଖୁ ଚାଷ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି । ଯାହାକି ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ବରୀ ବ୍ଲକରେ ନଦୀ ଶଯ୍ୟା ଶୁଖିବା ଓ ଏହାକୁ ନେଇ ଜୀବିକା ହରାଇବାକୁ ବସିଥିବା ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଏପରିକି ବରୀର ଦିପାଞ୍ଚଳ ଉନ୍ନୟନ ପରିଷଦ, ନବନିର୍ମାଣ କୃଷକ ସଂଗଠନ ଓ ବହୁ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଉଦ୍ୟମରେ ‘ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ’ ଆରମ୍ଭ ହୋଇଥିଲା । ନଦୀ ଖୋଳାଯିବା ପାଇଁ ସଂଗଠନ ପକ୍ଷରୁ ସ୍ଥାନୀୟ ପ୍ରଶାସନ, ବିଭାଗୀୟ ମନ୍ତ୍ରୀ ଓ ସ୍ଥାନୀୟ ରାଜନେତାଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଥିଲା । ତେବେ ନଦୀ ଖନନ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏବେ ପୁନର୍ବାର ଆନ୍ଦୋଳନ ଚେତାବନୀ ଦିଆଯାଇଛି । ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ଉକ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଆଗାମୀ ଦିନରେ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବ୍ରାହ୍ମଣୀ ବଞ୍ଚାଅ ଅଭିଯାନ ପକ୍ଷରୁ କୁହାଯାଇଛି ।

Related posts

ରାଜ୍ୟରେ ବଜ୍ରପାତ ହେତୁ ୫ ମୃତ

mahabharatanews

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews

ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

mahabharatanews