ଭୁବନେଶ୍ୱର: ରାଜଧାନୀ ପାଲଟିଛି ବେଆଇନ ଧଳା ଜହର ବେପାରର କେନ୍ଦ୍ରବିନ୍ଦୁ । ପୁଣି ଆଜି ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ ସୁଗାର । ସ୍ଥାନୀୟ ଭରତପୁର ଅଞ୍ଚଳରେ ଚଢାଉ ବେଳେ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ ଟିମ । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ସେପଟେ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ପୋଲିସକୁ ମିଳିଛି ଏକ ବଡ ସଫଳତା । ୨ କେଜି ୪୦୦ ଗ୍ରାମ ବ୍ରାଉନସୁଗାର ଚାଲାଣ ବେଳେ ଏହାକୁ କାବୁ କରିଛି ପୋଲିସ । ଏହା ସହିତ ୩ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏମାନେ ହେଉଛନ୍ତି ଜଳେଶ୍ୱରର ମମତାଜ ଖାନ, ଜଗତସିଂହପୁରର ଉଦୟନାଥ ରଥ ଏବଂ କଟକ ୪୨ ମୌଜାର ପ୍ରଦୀପ ଦାସ । ଜବତ ହୋଇଥିବା ଏହି ବ୍ରାଉନସୁଗାରର ମୂଲ୍ୟ ୨ କୋଟି ୪ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।
previous post