(ପଞ୍ଜାବ) : ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇଲା ‘ବିଏସଏଫ୍’। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଅମୃତସରରେ । ଡ୍ରୋନ ସହ ଏକ ବ୍ୟାଗ୍ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଗତ ୨ ଦିନ ମଧ୍ୟରେ ପାକିସ୍ତାନରୁ ଆସିଥିବା ଏହା ହେଉଛି ୪ ର୍ଥ ଡ୍ରୋନ୍ । ଏନେଇ ବିଏସଏଫ୍ ପଞ୍ଜାବ ଫ୍ରଣ୍ଚିୟର୍ ଟୁଇଟ୍ କରି ସୂଚନା ଦେଇଛି ।
ସୂଚନାନୁଯାୟୀ ,ଜଣେ ବିଏସଏଫ୍ ଶନିବାର ଦିନ ପାକିସ୍ତାନର ଏକ ଡ୍ରୋନକୁ ଗୁଳି କରି ଖସାଯାଇଛି । ଡ୍ରୋନ୍ ସହ ଏକ ବ୍ୟାଗ ମଧ୍ୟ ଜବତ କରାଯାଇଛି ଏହା ପୂର୍ବରୁ ମଧ୍ୟ ୩ଟି ପାକିସ୍ତାନୀ ଡ୍ରୋନକୁ ନଷ୍ଟ କରାଯାଇସାରିଛି । ପ୍ରଥମ ତିନୋଟି ଡ୍ରୋନରୁ ପ୍ରାୟ 2.6 କିଲୋ ହେରୋଇନ୍ ଥିବା 2 ପ୍ୟାକେଟ୍ ଉଦ୍ଧାର କରାଯାଇଥିଲା । ଶନିବାର ରାତିରେ ଭାରତ ସୀମା ଭିତରକୁ ପସିଆସିଥିବା ଏକ ପାକିସ୍ତାନୀ ଡ୍ରୋନକୁ ଅମୃତସର ସେକ୍ଟରର ଜାଗ୍ରତ ବିଏସଏଫ୍ ଯବାନ ମାନେ ଗୁଳିକରି ଖସାଇ ଦେଇଛନ୍ତି ।
