ଓଡିଶାରାଜନୀତି

ଆଜିଠୁ ବଜେଟ୍ ଅଧିବେଶନ, ସରକାରଙ୍କୁ ଟାର୍ଗେଟ କରିବାକୁ ବିଜେଡି ପ୍ରସ୍ତୁତ

ଭୁବନେଶ୍ବର: ଆଜିଠୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ମୋହନ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେସନ । ଏଥିରେ ୨୭ଟି କାର୍ଯ୍ୟଦିବସ ରହିଛି । ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ ।

ବିଧାନସଭାର ପ୍ରଥମ ତଥା ବଜେଟ୍ ଅଧିବେଶନ ମୋହନ ସରକାର ପାଇଁ ବେଶ ଚାଲେଞ୍ଜିଂ ରହିବ । କାହିଁକି ନା ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକ କରି ପ୍ରସ୍ତୁତ ହୋଇଛି ବିରୋଧୀ ବିଜେଡି । ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଧାନ MSP ୩୧୦୦କୁ ବୃଦ୍ଧି, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି କଥା ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି ବିଜେଡି । ସେପଟେ କାଉଣ୍ଟର କରିବାକୁ ପ୍ରସ୍ତୁତ ବିଜେପି । ମୋହନ ସରକାରଙ୍କ ୪୦ ଦିନର ଉପଲବ୍ଧି କଥା ବିଧାନସଭାରେ ରଖିବ ଦଳ ।

ବିଧାନସଭାରେ ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସୁରମା ପାଢ଼ୀ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିବା ପରେ ଏହା ହେବ ବିଧାନସଭାର ପ୍ରଥମ ଅଧିବେଶନ। ସୁରମା ପାଢ଼ୀ ବି ବାଚସ୍ପତି ଭାବେ ପ୍ରଥମ ଥର ପାଇଁ କାର୍ଯ୍ୟ କରିବେ।

Related posts

ଓଡ଼ିଶା ଠିକାଦାର ମହାସଂଘର କାର୍ଯ୍ୟାଳୟ ଉଦଘାଟିତ

mahabharatanews

ରାଜ୍ୟରେ ଥମୁନାହିଁ ସଂକ୍ରମଣ: ଆଜି ପୁଣି ୨୧୮ ଚିହ୍ନଟ

mahabharatanews

 ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews