ଓଡିଶାଶିକ୍ଷା

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର:  ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପ୍ରତ୍ୟେକ ବିଷୟର ପରୀକ୍ଷା ଦିନ ୯ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ହେବ। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।  ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ନିମନ୍ତେ ୯୭୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି।  ରାଜ୍ୟରେ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୧୨୧ ପରୀକ୍ଷା କେନ୍ଦ୍ର କରାଯାଇଛି। ୨୪ ହଜାର ୫୨୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।

Related posts

ଲକ୍ଷ୍ମୀମନ୍ଦିରରେ ଭକ୍ତଙ୍କ ଭିଡ଼

mahabharatanews

ପ୍ରବଳ ବର୍ଷା ପାଇଁ ଏହି ଏହି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ

mahabharatanews

ଏନଏସଜି ଶ୍ରୀମନ୍ଦିର ସୁରକ୍ଷାର କଲା ଯାଞ୍ଚ

mahabharatanews