ନୂଆଦିଲ୍ଲୀ: ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଦେଶରେ ବେକାରୀ ସମସ୍ୟା ବୃଦ୍ଧି, ଇପିଏଫ୍ ଉପରେ ସୁଧ ହାର ହ୍ରାସ ଏବଂ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ | ବଜେଟ୍ ପ୍ରସ୍ତାବ ପାଇଁ ସଂସଦର ମଞ୍ଜୁରି ଏବଂ ଜମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବଜେଟ୍ ଉପସ୍ଥାପନ କରିବା ସରକାରଙ୍କ ଏଜେଣ୍ଡାର ଶୀର୍ଷରେ ରହିବ ବୋଲି ସୂଚନା ମିଳିଛି |
ତେବେ ଅନ୍ୟପକ୍ଷେ, ଆଜିର ବିଶେଷ କଥା ଏହିକି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପହଞ୍ଚିବା ମାତ୍ରେ ମୋଦି-ମୋଦିଙ୍କ ସ୍ଲୋଗାନରେ ଗୃହ କମ୍ପି ଉଠିଥିଲା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କିରେନ ରିଜିଜୁ ଏବଂ ପ୍ରହ୍ଲାଦ ପଟେଲଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ଲୋକସଭା ଦୀର୍ଘ ସମୟ ଧରି ମୋଦି-ମୋଦିଙ୍କ ସ୍ଲୋଗାନ ସ୍ୱର ଉଠିଥିଲା।
ଏଥି ସହିତ ବଜେଟ୍ ପ୍ରସ୍ତାବ ପାଇଁ ସଂସଦର ଅନୁମୋଦନ ପାଇବା ଏବଂ ଜାମ୍ମୁ କାଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବା ସରକାରଙ୍କ କାର୍ଯ୍ୟସୂଚୀରେ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାମ୍ମୁ କାଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବେ ଏବଂ ମଧ୍ୟାହ୍ନ ଭୋଜନ ପରେ ଅଧିବେଶନରେ ଏହା ଆଲୋଚନା ହେବାର ସମ୍ଭାବନା ରହିଛି।ଲୋକସଭାରେ ସରକାର ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ସଂଶୋଧନ) ବିଲ୍ ମଧ୍ୟ ତାଲିକାଭୁକ୍ତ କରିଛନ୍ତି। ଜାନୁଆରୀ ୨୯ ରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଭିନ୍ନ ଭିନ୍ନ ପାଳିରେ ହୋଇଥିଲା।
ତେବେ ଏହି ବୈଠକ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ସୋମବାର ଠାରୁ ସଂସଦର ବଜେଟ୍ ଅଧିବେଶନରେ ଉଠାଯିବାକୁ ଥିବା ପ୍ରସଙ୍ଗ ଉପରେ ଆମେ ଆଲୋଚନା କରିଛୁ। ବଜେଟ୍ ଅଧିବେଶନରେ ଜନସାଧାରଣଙ୍କ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ଆମେ ସମାନ ଚିନ୍ତାଧାରା ବିଶିଷ୍ଟ ଦଳମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବୁ | ସେ କହିଛନ୍ତି, “ୟୁକ୍ରେନରୁ ଭାରତୀୟ ଛାତ୍ରମାନଙ୍କୁ ନିରାପଦ ସ୍ଥାନାନ୍ତର, ମୁଦ୍ରାସ୍ଫୀତି, ବେକାରୀ, ଶ୍ରମିକଙ୍କ ସମସ୍ୟା, କୃଷକମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଇତ୍ୟାଦି ଏହି ଅଧିବେଶନରେ ଉଠାଯିବ।
ତେବେ କୋଭିଡ -୧୯ ସ୍ଥିତିରେ ଉନ୍ନତି ଯୋଗୁଁ ଏଥର ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ଏକାସାଙ୍ଗରେ ସକାଳ ୧୧ ଟାରୁ ଆରମ୍ଭ ହୋଇଛି । ସଂସଦର ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପରି ଏକ ସମୟରେ ଆରମ୍ଭ ହେଉଛି ଯେତେବେଳେ ବିଜେପି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ ଏବଂ ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛନ୍ତି ।