ଭାରତ

ନିରାପତ୍ତାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ:ଟଳିପଡିଲେ ୨ ଆତଙ୍କବାଦୀ

ଜାମ୍ମୁକାଶ୍ମିରୀ: ନିରାପତ୍ତାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ । ଏହି ଗୁଳିବିନିମୟରେ ଟଳିପଡିଲେ ୨ ଆତଙ୍କବାଦୀ । ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ୍ ଓ ଗୋଟିଏ ପିସ୍ତଲ୍ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର ହୋଇଥିବା ସୂଚନା ଦେଇଛି ପୋଲିସ ।ସୂଚନାମୁତାବକ,ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ୱାନିଗାମ୍ ପେୟୀନ କ୍ରୀରି ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇ ନିରାପତ୍ତା ବଳ ପ୍ରତ୍ୟୁଷରେ ସେଠାରେ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।ବୁଧବାର ଦିନ ଜମ୍ମୁ ଓ କଶ୍ମୀର ଏବଂ ସେନା ମିଳିତ ଭାବେ ପିଚ୍ନାଡ଼ ମାଛିଲ୍ ସେକ୍ଟର୍ରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ବେଳେ ୨ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀ ଦୁହିଁଙ୍କର ପରିଚୟ ମିଳିନାହିଁ। ଶ୍ରୀନଗରସ୍ଥିତ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍ ଏମ୍ରୋନ୍ ମୁସାୱି କହିଛନ୍ତି ଯେ, ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ସଂକ୍ରାନ୍ତରେ କୁପ୍ୱାଡ଼ାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଯୋଗାଇ ଦେଇଥିବା ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଅନୁଯାୟୀ ସୋମବାରଠାରୁ ଯବାନମାନଙ୍କୁ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସଜାଗ ରଖାଯାଇଥିଲା।

Related posts

ମଣିପୁର ଲଜ୍ଜ୍ୟା : ଭିଡିଓ କରୁଥିବା ବ୍ୟକ୍ତି ଗିରଫ 

mahabharatanews

କେଜ୍ରିୱାଲଙ୍କ ପାଇଁ ‘ଏପ୍ରିଲ ୭’ରେ ଉପବାସ 

mahabharatanews

ଆହୁରି ବଢିବ ଟମାଟୋ ଦର

mahabharatanews