ଓଡିଶା

ପୁଣି ପ୍ରବାସୀ ଓଡିଆଙ୍କ ବସ ଓଲଟିଲା

(ଭୁବନେଶ୍ୱର) : ସୁରତରୁ ପ୍ରବାସୀ ଓଡିଆ ଆସୁଛନ୍ତି, ଏହି ଖବରକୁ ନେଇ ପରିବାର ଆନନ୍ଦିତ ଥିବା ବେଳେ କିନ୍ତୁ ଦୁଃଖର ବାଦଲ ଢାଙ୍କିଯାଇଛି । ଆଜି ସକାଳେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଅମ୍ବିକା ନାମକ ଏକ ବସ୍ ଗଞ୍ଜାମ ଫେରୁଥିବା ବେଳେ ନାଗପୁର-ଅମରାବତୀ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଆଜି ସକାଳ ପ୍ରାୟ ସାଢେ ୮ଟା ସମୟରେ ସୁରତ ଫେରନ୍ତା ଏହି ବସ୍ ଏକ ଟ୍ରକ୍ ପଛରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୫ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବସ ୩ ଜଣ ମହିଳାଙ୍କ ସମେତ ମୋଟ୍ ୫୭ଜଣ ଯାତ୍ରୀଙ୍କୁ ନେଇ ଫେରୁଥିଲା । ଖବର ପାଇ ଜି.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବନ୍ଦୋବସ୍ତ କରିଥିବା ଜଣାଯାଇଛି । ଘାଟି ରାସ୍ତା ସାଙ୍ଗକୁ ଉକ୍ତ ରାସ୍ତାରେ ନୂଆ ଗାଡି ଚଳାଉଥିବା ଡ୍ରାଇଭରଙ୍କ ପାଇଁ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଦୁର୍ଘଟଣା ହୋଇଛି । କଳିଙ୍ଗ ଘାଟିରେ କନ୍ଧମାଳ ବସ୍ ଚାଳକଙ୍କ ସହାୟତା ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ସୂଚନାଯୋଗ୍ୟ, ଗତକାଲି ରାତିରେ ସୁରତରୁ ଆସୁଥିବା ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି କଳିଙ୍ଗାଘାଟିଠାରେ ଓଲଟି ପଡିଥିଲା । ଏଥିରେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁବରଣ କରିଥିଲେ ।

Related posts

ଆଜି ପୋଢୁଆଁ ହେବେ ମହାପ୍ରଭୁ 

mahabharatanews

ଭିଆଇପି ପରମ୍ପରାକୁ ଭୁଲିନାହାନ୍ତି ବିଏମସି କମିଶନର: ବିଜୟ

mahabharatanews

ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି

mahabharatanews