ଓଡିଶା

ବିଦ୍ୟୁତ୍ ସ୍ପର୍ଷରେ ଯୁବ ଚାଷୀ ମୃତ

(ରାଇରଙ୍ଗପୁର /ସତ୍ୟନାରାୟଣ ପାଲ) ; ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମି ଗାଁର ଯୁବ ଚାଷୀ ବିଦ୍ୟୁତ ସ୍ପର୍ଶରେ ଆସି ମୃତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ କୁସୁମି ଗ୍ରାମର ସୂର୍ୟ୍ୟମଣି ଗିରିଙ୍କ ବଡ ପୁଅ ବିମ୍ବାଧର ଗିରି(୨୮) ବୁଧବାର ସକାଳେ ବିଲକୁ ପାଓ୍ବାର ଟିଲର ନେଇ ବିଲରେ କାଦୁଅ ହଳ କରିବାକୁ ଯାଇଥିଲେ ।ବିଲରେ ହଳ କରି ଘରକୁ ପାଓ୍ବାର ଟିଲର ଆଣିଥିଲେ ।ପାଓ୍ବାର ଟିଲର କାଦୁଅ ହୋଇ ଯାଇଥିବାରୁ ଟୁଲୁ ପମ୍ପ ସାହାଯ୍ୟରେ ଧୁଆସଫା କରୁଥିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସିଥିଲେ ।ବଡଭାଇ ପାଟି କରିବାରୁ ସାନ ଭାଇ ଦୌଡି ଯାଇ ସୁଇଚ ଅଫ କରିଥିଲେ ।ହେଲେ ସେତେବେଳକୁ ସେ ଟଳି ପଡିଥିଲେ ।ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ବିମ୍ବାଧର ଗିରିଙ୍କ ମୃତ୍ୟୁରେ ପରିବାର ଓ ଆତ୍ମୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ତେବେ ଏ ଯାଇଁ ବାଦାମପାହାଡ ଥାନା ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି ।

 

Related posts

ହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ

mahabharatanews

ଜମି ବିକ୍ରି କରି ଜଗାକୁ ୨୦ ଲକ୍ଷଟଙ୍କା ଦାନ

mahabharatanews

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ସହର

mahabharatanews