ଓଡିଶା

ଆସନ୍ତା କାଲି ଇଡକୋର କଳଙ୍କିତ ନାୟକଙ୍କ ନିଷ୍କଳଙ୍କ ଅବସର!

ଭୁବନେଶ୍ୱର: ସମ୍ପ୍ରତି ରାଜ୍ୟ ବ୍ୟାପୀ ଭିଜିଲାନ୍ସ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଦୈନିକ ଏକାଧିକ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ କାବୁ କରିନେଉଛି । କିନ୍ତୁ ଦୁର୍ନୀତିରେ ଉବୁଟୁବୁ ବହୁ ବିରଞ୍ଚିଙ୍କ ପାଖରେ ପହଞ୍ଚି ପାରୁ ନାହିଁ ଭିଜିଲାନ୍ସ । ସେମିତି ଭିଜିଲାନ୍ସ ସ୍କାନରରୁ ଊଦ୍ଧ୍ୱର୍ରେ ରହିଛନ୍ତି ଇଡକୋର ଜଣେ ବିରଞ୍ଚି । ଇଡକୋର ବିରଞ୍ଚିଙ୍କ ନାମରେ ରହିଛି ଏକାଧିକ ଅଭିଯୋଗ । ହେଲେ ଏତେ ଅସବୁ ଅଭିଯୋଗ ସତ୍ତ୍ୱେ  ଭିଜିଲାନ୍ସ ତାଙ୍କଠି ହାତ ଦେବାକୁ ଡରୁଛି । ଅନ୍ୟ ପଟେ ସରକାରଙ୍କ ସୁନା ପୁଅ ହୋଇ ୧୩ ଅଗଷ୍ଟ ୨୦୨୧ରେ ସେ କାର୍ଯ୍ୟରୁ ଅବସର ନେଉଛନ୍ତି । ତେବେ, କାହିଁକି? କଣ ଏହି ଦୁର୍ନୀତିଗ୍ରସ୍ତ କୁବେରଙ୍କୁ କାବୁ କରିବା ଭିଜିଲାନ୍ସର କ୍ଷମତା ବାହାରେ? ପ୍ରଧାନଙ୍କ ଉପରେ ରହିଛି କି କୌଣସି ବଡ ହସ୍ତୀଙ୍କ କୃପାଦୃଷ୍ଟି?

ଇଡକୋର ବିରଞ୍ଚିଙ୍କ କ୍ଷମତା ସମ୍ପର୍କରେ ପୂର୍ବରୁ କହିଛୁ । ସେ ହେଉଛନ୍ତି ଇଡକୋର ସର୍ବେ ସର୍ବା । ତାଙ୍କ ଇଛାରେ ଇଡକୋ ଇଣ୍ଡଷ୍ଟ୍ରି ପାଇଁ ଜମି ଆବଣ୍ଟନ କରେ । ବାବୁଙ୍କର ଏତେ କାଟତି କି ସେ ଡିଷ୍ଟ୍ରିକ୍ସ ଇଣ୍ଡଷ୍ଟ୍ରିଆଲ ସେଣ୍ଟର ଆପ୍ରୁଭାଲକୁ ମଧ୍ୟ ଖାରଜ କରି ପାରନ୍ତି ବା ସେଥିରେ କିଛି କାଟ୍ ଛାଟ୍ କରି ପାରନ୍ତି । ତାଙ୍କଠି ହାତ ମାରିବାକୁ ନା ଉପରିସ୍ଥ କର୍ମଚାରୀଙ୍କର ଦମ ଅଛି, ନାହିଁ ଭିଜିଲାନ୍ସର । ତେଣୁ ତ ବେଫିକର ହୋଇ ପ୍ରଧାନ ଆଜ୍ଞା ନିଜ ମନମାନୀ କରିଚାଲିଛନ୍ତି । ବାବୁଙ୍କୁ ପଟେଇ ନ ପାରିଲେ ମଞ୍ଚେଶ୍ୱର ଜାଗା ଆପ୍ରୁଭାଲ ପାଇ ଚନ୍ଦକା ଜଙ୍ଗଲରେ ଜାଗା ମିଳେ ।  କିଛି ଉଦ୍ୟୋଗୀଙ୍କୁ ମିଳୁଥିବା ମୋଟ ଜାଗାରୁ ପ୍ରଧାନ ବାବୁ ଅଧାରୁ କମ ଜାଗା ଦେଇ ବାକି ତାଙ୍କ ହାତରେ ରଖିଥାନ୍ତି । ଯେଉଁଠି ମନ ମୁତାବକ ମୂଲଚାଲ ହେଲା ସେଠି ନିଜ ହାତରେ ଥିବା ଜାଗା ଟେକି ଦେବାକୁ କୁଣ୍ଠା କରନ୍ତି ନାହିଁ ବାବୁ ।ବାବୁଙ୍କୁ ଖୁସ କରି ଦେଲେ ଟାଉନ ଭିତରେ ହାଇ ଡିମାଣ୍ଡେଡ ଇଲାକାରେ ଜାଗା ପାଇବା ବଡକଥା ନୁହେଁ ।ତା ପୂର୍ବରୁ ପ୍ରଧାନ ଆଜ୍ଞା ଘରକୁ ଡାକି ଜମି ଆଶାୟୀଙ୍କୁ ଖୋଲାଖୋଲି ଭାବେ ଡିମାଣ୍ଡ କରନ୍ତି ମୋଟା ଅଙ୍କ । କାହାକୁ ୧୦ ଲକ୍ଷ, କାହାକୁ ୨୦ ଲକ୍ଷ, କାହାକୁ ୪୦ ଲକ୍ଷ ଟଙ୍କା ହାତ ଗୁଞ୍ଜା ମାଗନ୍ତି । ଯଦି କୌଣସି ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହି ଅର୍ଥ ଦେବା ଅସମ୍ଭବ, ତାଙ୍କ ପାଇଁ ଜମି ସାତ ସପନ । ବାବୁଙ୍କ ଏପରି ବେଆଇନ କାର୍ଯ୍ୟକୁ ନେଇ ବହୁ ବ୍ୟକ୍ତି ଇଡକୋ ଅଧ୍ୟକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ ଫଳ ଶୂନ୍ୟ ।

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଠି ଦେଇ ରଖୁ କି, ବାବୁ ଇଡକୋର ଜଣେ ଅବସରପ୍ରାପ୍ତ ଅଧିକାରୀ । ସରକାରଙ୍କ ଗୁଡବୁକରେ ବୋଧେ ଥିଲେ କି ସରକାରୀ ତହବିଲକୁ ସମୃଦ୍ଧ କରୁଥିଲେ, ତେଣୁ ଅବସର ପରେ ତାଙ୍କୁ ପୁନଃ ଇଡକୋରେ ସ୍ପେସାଲ ଡ୍ୟୁଟିରେ ଅବସ୍ଥାପିତ କରାଯାଇଥିଲା । ଆସନ୍ତା କାଲି, ମାନେ ୧୩ ଅଗଷ୍ଟ ୨୦୨୧ରେ ପ୍ରଧାନ ଆଜ୍ଞାଙ୍କ ଦ୍ୱିତୀୟ ଇନିଂସ ଶେଷ ହେଉଛି । ପ୍ରଧାନଙ୍କ ଦ୍ୱାରା ଶୋଷିତ ହୋଇଥିବା କିଛି ଉଦ୍ୟୋଗୀ ତାଙ୍କ କାର୍ଯ୍ୟକାଳ ପୂରିବାକୁ ନେଇ ଆଶ୍ୱସ୍ତ ହେଉଥିବା ବେଳେ କିଛି ଆଶଙ୍କାରେ କି ପୁଣି କାଳେ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ । ଯଦି ପୁନଃ ଅବସ୍ଥାପିତ ହୁଅନ୍ତି ତେବେ ଏତିକି ସ୍ପଷ୍ଟ ହେବ କି ଇଡକୋ ହେଉଛି ଦୁର୍ନୀତି ଖଜୁରୀ ଗଛ ।

 

Related posts

ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଲେ ପ୍ରବାସୀ ଶ୍ରମିକ

mahabharatanews

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ଦିଦି

mahabharatanews

ଭିମସାରକୁ ମିଳିଛି ସ୍ଥାୟୀ ନିର୍ଦ୍ଦେଶକ

mahabharatanews