ଅପରାଧ

ସେକ୍ସ ରାକେଟ ଠାବ ସହ ୨ ଜଣ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ସେକ୍ସ ରାକେଟ୍ ଠାବ । ଲକ୍ଷ୍ମୀସଗାର ଥାନା ଅଧୀନ ସାଇଶ୍ରୀ ଏନକ୍ଲେଭରେ ଚାଲିଥିଲା ସେକ୍ସ ରାକେଟ୍ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ରେଡ କରି ସେକ୍ସ ରାକେଟ ଠାବ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
ଭୁବନେଶ୍ବର ଲକ୍ଷ୍ମୀସଗାର ଥାନା ଅଧୀନ ସାଇଶ୍ରୀ ଏନକ୍ଲେଭର ଗୋଟିଏ ଘରେ ସେକ୍ସ ରାକେଟ୍ ଚାଲିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିବା ପରେ ଛାନଭିନ କରିଥିଲେ ଓ ସେକ୍ସ ରାକେଟ ଚାଲିଥିବା ଜାଣିବାକୁ ପାଇଥିଲେ । ଏହା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସର ଲକ୍ଷ୍ମୀସାଗର ପୋଲିସ ସାଇଶ୍ରୀ ଏନକ୍ଲେଭରେ ଚଢଉ କରିଥିଲା । ଚଢାଉ ବେଳେ ସେଠାରେ ଦୁଇ ଯୁବକ ଓ ୨ ଯୁବତୀଙ୍କୁ ପାଇଥିଲା । ଏହାପରେ ପୁଲିସ ଉଭୟ ଯୁବକଙ୍କୁ ଗିରଫ କରିବା ସହ ଯୁବତୀ ଦୁଇ ଜଣଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।

 

Related posts

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews

ଅଶ୍ଳୀଳତା ନାଚ ପ୍ରଦର୍ଶନ ନେଇ କାରଣ ଦର୍ଶାଅ ନୋଟିସ

mahabharatanews

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

mahabharatanews