ଭୁବନେଶ୍ୱର: ସରକାର ଆଜି ବସ୍ ଭଡ଼ାରେ ବୃଦ୍ଧି କରିଛନ୍ତି । ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ବସ୍ ଭଡ଼ା ବଢ଼ାଇଛନ୍ତି । କିଲୋମିଟର ପିଛା ବସ ଭଡାକୁ ଏକ ପଇସାରୁ ୨ ପଇସା ପର୍ଯ୍ୟନ୍ତ ବଢାଯାଇଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୨ରୁ ବଢ଼ାଇ ୭୩ ପଇସା କରାଯାଇଥିବା ବେଳେ ଏକ୍ସପ୍ରେସ ଭଡ଼ା କିମି ପିଛା ୭୫ ପଇସାରୁ ୭୬ ପଇସା କରାଯାଇଛି। ସେହିପରି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ାଇ ୧ ଟଙ୍କା ୦୭ ଓ ଏସି ଡିଲକ୍ସ ଭଡା ୧ଟଙ୍କା ୨୭ରୁ ୧ଟଙ୍କା ୨୯ କରାଯାଇଛି ।
SR
