ଓଡିଶା

ଏମକେସିଜି ହେବ କୋଭିଡ ଟେଷ୍ଟ ସେଣ୍ଟର

ଭୁବନେଶ୍ୱର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ-୧୯ ଟେଷ୍ଟ କରାଯିବାକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଅନୁମତି ଦେଇଛି । ମେଡିକାଲ କଲେଜ ହସ୍ପିଟାଲ୍ ଭାବେ ଏସସିବି ପରେ ଏମକେସିଜିରେ କରୋନା ଟେଷ୍ଟ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏମକେସିଜିକୁ ଅନୁମତି ଦିଆଯିବା ପରେ ଦକ୍ଷିଣ ଓଡ଼ିଶାରେ କରୋନା ଟେଷ୍ଟ କରିବା ସହଜ ହେବ ଏବଂ ଏହାଦ୍ବାରା କରୋନା ମହାମାରୀ ବିରୋଧୀ ଲଢ଼େଇରେ ଓଡିଶା ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ (ଏସସିବି) କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆର ଅନୁମତି ଦିଆଯାଇଥିଲା । ଏହା ପରେ ରାଜ୍ୟସରକାର ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ କରୋନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବାକୁ ଆଇସିଏମଆରକୁ ଅନୁରୋଧ କରିଥିଲେ ।

Related posts

ପ୍ରବାସୀ ଯୁବକଙ୍କୁ ହତ୍ୟା

mahabharatanews

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

mahabharatanews

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ

mahabharatanews