ଓଡିଶା

ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ

ଭୁବନେଶ୍ୱର: ଆଜି ପୁଣି ଦୁଇ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ଲୁକାୟୁକ୍ତରେ ହାଜର ହୋଇଛନ୍ତି । ପିପିଇ କିଟ୍ ଓ ମାସ୍କ କିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ନେଇ ଉଭୟ ଅଧିକାରୀଙ୍କ ବିରୋଧରେ ଓଡିଶା ବିକାଶ ପରିଷଦ ଓ ସୁଦର୍ଶନ ଦାସ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଉଭୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ । କରୋନା ମୁକାବିଲା ପାଇଁ ରାଜ୍ୟସରକାର କିଣିଥିବା ପିପିଇ ଓ ମାସ୍କ କ୍ରୟ ପାଇଁ ଗଠିତ କମିଟିର ହେମନ୍ତ ଶର୍ମା ମୁଖ୍ୟ ଥିଲେ ।
ଲୋକାୟୁକ୍ତ ନଭେମ୍ବର୨୩ ତାରିଖରେ ଏହି ମାମଲାର ଶୁଣାଣି ବେଳେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ କୋଭିଡ୍ ମହାମାରୀ ପରିଚାଳନାରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ତଥ୍ୟ ଦେଇଥିଲେ। ଏଥିସହ ହେମନ୍ତଙ୍କୁ କାହିଁ ସେହି ଦାୟିତ୍ୱରୁ ଅବ୍ୟାହତ କରାଯାଇଛି, ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଉତ୍ତରରେ ଉଲ୍ଲେଖ କରିଛନ୍ତି, ହେମନ୍ତ ଅତିରିକ୍ତ ଦାୟିତ୍ୱରେ ରହିଥିବାରୁ ତାଙ୍କ କାର୍ଯ୍ୟଭାର ବଢିଯାଇଥିଲା । ତେଣୁ ତାଙ୍କୁ ସେହି କ୍ରୟ କମିଟିରୁ ଅପସାରଣ କରାଯାଇଥିବା ଉଲ୍ଲେଖ କରାଯାଇଥିଲା । ତେବେ ତଥ୍ୟକୁ ଅସମ୍ପୂର୍ଣ୍ଣ କହି ଲୋକାୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଆଜି ଏହି ମାମଲାର ଚୁଡାନ୍ତ ଶୁଣାଣି ହୋଇପାରେ ବୋଲି ଆଲୋଚନା ହେଉଛି।

SR

Related posts

ନିମଖଣ୍ଡି ରେ ବିଜେଡ଼ିର ବୁଥ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews

ଉଦଳାରେ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

mahabharatanews

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews