ଓଡିଶା

ପୁଣି ଓଲଟିଲା ଯାତ୍ରୀବାହୀ ବସ, ୧୪ ଗୁରୁତର  

(ଯାଜପୁର) : ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ବସ ଦୁର୍ଘଟଣା ଘଟୁଛି  । ପୁଣି ଏକ ଯାତ୍ରୀବାହୀ ବସ୍ ଓଲଟିଲା । ଫଳରେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଛି  । ଗତକାଲି  ଅପରାହ୍ନ ପ୍ରାୟ ୫ଟା ସମୟରେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁଯାୟୀ , ବସ୍‌ ଟି ପାଣିକୋଇଲିରୁ ଯାଜପୁର ରୋଡ ଦେଇ କରଞ୍ଜିଆ ଯାଉଥିଲା । ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ରାସ୍ତା କଡ଼କୁ ବସ୍‌ଟି ଓଲଟିପଡ଼ିବା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୋଲିସ ପହଞ୍ଚି ଆହତଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

 

Related posts

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

mahabharatanews

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

mahabharatanews

କଣ୍ଟିଆପଡାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

mahabharatanews