ଓଡିଶା

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟବ୍ୟପୀ ବସ୍ ଧର୍ମଘଟ

(ଭୁବନେଶ୍ୱର) :  ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ । ସରକାରଙ୍କ ସହ ଆଲୋଚନା କରିବା ପରେ ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ । ତେବେ ବିଭିନ୍ନ ଦାବି ପୂରଣ ନେଇ ବସ୍ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ ।

ସୂଚନାନୁଯାୟୀ , ଆଜି ସିଏମଓ ଓ ବସ୍ ମାଲିକ ସଂଘ ବୈଠକ ବାସିଥିଲା । ତେବେ ବୈଠକ ସଫଳ ହୋଇନଥିଲା ହେଲେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ସଂଘ ପକ୍ଷରୁ କୁହାଯାଇଛି । ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ଓଡ଼ିଶା ବସ୍ ମାଲିକ ସଂଘ ର ବିରୋଧ କରିଥିଲା ।

Related posts

ସ୍ନାନଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

mahabharatanews

କରୋନା ମୃତ୍ୟୁରେ ବ୍ରେକ ଲାଗୁନି: ପୁଣି ୧୪ ମୃତ

mahabharatanews

କଇଁଛ ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ

mahabharatanews