ଓଡିଶା

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟବ୍ୟପୀ ବସ୍ ଧର୍ମଘଟ

(ଭୁବନେଶ୍ୱର) :  ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ । ସରକାରଙ୍କ ସହ ଆଲୋଚନା କରିବା ପରେ ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ । ତେବେ ବିଭିନ୍ନ ଦାବି ପୂରଣ ନେଇ ବସ୍ ଧର୍ମଘଟ ଡାକରା ଦେଇଥିଲା ବସ୍ ମାଲିକ ସଂଘ ।

ସୂଚନାନୁଯାୟୀ , ଆଜି ସିଏମଓ ଓ ବସ୍ ମାଲିକ ସଂଘ ବୈଠକ ବାସିଥିଲା । ତେବେ ବୈଠକ ସଫଳ ହୋଇନଥିଲା ହେଲେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ସଂଘ ପକ୍ଷରୁ କୁହାଯାଇଛି । ଆସନ୍ତା ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ଓଡ଼ିଶା ବସ୍ ମାଲିକ ସଂଘ ର ବିରୋଧ କରିଥିଲା ।

Related posts

୨୦୨୦-୨୧ ଶିକ୍ଷାବର୍ଷ ଲାଗି ବୃଦ୍ଧି ପାଇବ ନାହିଁ ସ୍କୁଲ ଫି

mahabharatanews

ଜାଣନ୍ତୁ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣର ସ୍ପର୍ଶ ସମୟ

mahabharatanews

ମ୍ୟାଲେରିଆରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା

mahabharatanews