ଓଡିଶା

୮ରୁ ବସ୍‌ ଧର୍ମଘଟ

(ଭୁବନେଶ୍ୱର) :  ବସ୍‌ ଧର୍ମଘଟ ନେଇ ୮ ତାରିଖରେ ହେବ ନିଷ୍ପତ୍ତି । ଏନେଇ ପ୍ରେସ୍‌ ମିଟ୍‌ରେ ଘରୋଇ ବସ୍ ମାଲକ ସଂଘ ଘୋଷଣା କରିଛି । ୧ ତାରିଖରେ ୧୦ଟି ଜିଲ୍ଲାରେ ହେବ ବସ୍‌ ଧର୍ମଘଟ । ଭବାନୀପାଟଣା ସହ ଆଖପାଖ ୧୦ ଜିଲ୍ଲାରେ ଧର୍ମଘଟ ଚେତାବନୀ ଦେଲା ସଙ୍ଘ । ସଂଘ କହିଛି ଯଦି ସେଦିନ ବ୍ଲକରୁ ଜିଲ୍ଲା ବସ ଚାଲିବ ତେବେ ଭାବନୀପାଟଣାରେ ୨୪ ଘଣ୍ଟା ପାଇଁ ବସ ଧର୍ମଘଟ ହେବ । ରାଜ୍ୟରେ ଲକ୍ଷ୍ମୀବସ ଚଳାଚଳକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଛି ଘରୋଇବସ ମାଲିକ ସଂଘ। ସଂଘ, ଲକ୍ଷ୍ମୀ ଯୋଜନାରେ ଘରୋଇ ବସ୍‌କୁ ସାମିଲ କରିବାକୁ ଦାବି ରଖିଛି ।

ସୂଚନାନୁଯାୟୀ , ଭବାନୀପାଟଣା ନୁହେଁ ପାଖଆଖ ୧୦ଟି ଜିଲ୍ଲା ଧର୍ମଘଟରେ ସାମିଲ ହେବ । ଏହା ସହ ବୈଠକରେ ଆହୁରି ଏକ ନିଷ୍ପତ୍ତି ମଧ୍ୟ ହୋଇଛି। ରାଜନୀତିକ ଦଳକୁ ସଭା ସମିତି ପାଇଁ ବସ୍‌ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଥିଲା । ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ । ଏପ୍ରସଙ୍ଗରେ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ହୋଇଛି ।

Related posts

ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

mahabharatanews

୧୦୦ କୋଟିର ସୁନା-ଚାନ୍ଦିରେ ସୁସଜ୍ଜିତ ମା ଦୁର୍ଗା

mahabharatanews

“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା” – ପୃଥ୍ୱୀରାଜ ହରିଚନ୍ଦନ

mahabharatanews