ଓଡିଶା

ସରକାରୀ ବାବୁଙ୍କ ୧୦୬ ପ୍ଲଟ୍

ବାଲେଶ୍ବର: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ  । ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଛାନଭିନ୍ । ଆଜି ସକାଳୁ ସକାଳୁ ହୋଇଥିବା ଚଢ଼ାଉରେ ବାବୁଙ୍କ  ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ତାଙ୍କର ରହିଛି ୧୦୬ ଟି ପ୍ଲଟ୍। କେବଳ ପ୍ଲଟ ନୁହେଁ, ଏକାଧିକ ଫ୍ଲାଟ ଓ ଘର ବି କରିଛନ୍ତି ବାବୁ।

ଆଜି ଭୋର ପ୍ରାୟ ୫ଟା ସମୟରେ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭଦ୍ରକ ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସର ୮ ଜଣିଆ ଟିମ୍ ପ୍ରଭାସଙ୍କ ବାଲେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

ଚଢ଼ାଉ ବେଳେ ପ୍ରଭାସଙ୍କର ଜଳେଶ୍ୱରରେ ଥିବା ୫ ମହଲା ଘର ଓ ଜଳେଶ୍ୱରର ଲୋକନାଥପୁରରେ ଥିବା ୧୭ ଏକର ଜାଗାରେ ଫାର୍ମ ହାଉସ ଥିବା ଜଣାପଡ଼ିଛି। ଏଥିସହ ଓଡ଼ିଶାରେ ଅଧିକ୍ଷଣ ଯନ୍ତ୍ରୀଙ୍କର ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ  ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍। ଚଢ଼ାଉ ବେଳେ ପ୍ରଭାସଙ୍କ ଘରୁ ନଗଦ ୧୦ରୁ ୧୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

Related posts

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews

ଓଡି଼ଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ

mahabharatanews

ଉଦଳା ବିଧାୟକଙ୍କ ବିଭିନ୍ନ କ୍ୱାରେନଟାଇନ ସେଣ୍ଟର ଗସ୍ତ

mahabharatanews