ଓଡିଶା

ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡ଼ିବ ବସ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ସରକାରଙ୍କ ବଡ଼ ନିଷ୍ପତି । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡ଼ିବ ବସ୍ । ଓଏସଆରଟିସି ପକ୍ଷରୁ କେବଳ ରଥଯାତ୍ରା ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି । ଏହା ସହ ଲକ୍ଷ୍ମୀ ବସର ନାଁ ବଦଳିବା ନେଇ ମଧ୍ୟ ସୂଚନା ରହିଛି । ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ସମୀକ୍ଷା କରି ମନ୍ତ୍ରୀ ବିଭୂତି ଭୁଷଣ ଜେନା ଏହି ସୂଚନା ଦେଇଛନ୍ତି । ଲୋକଙ୍କୁ ବସ୍ ସେବା ଜାରି ରହିବା ନେଇ ମନ୍ତ୍ରୀ କହିଛନ୍ତି । ଯେଉଁ ସ୍ଥାନରୁ ବସ୍ ସେବା ନାହିଁ ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ ସେବା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ପରିବେଶ ପାଇଁ ଏଣିକି ଚାଲିବ ଇଲେକ୍ଟ୍ରି ବସ୍ । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ । ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ଚାଲିବ ବସ୍ । ରାଜ୍ୟରେ ଯେଉଁ ସବୁ ସ୍ଥାନ ଅପହଂଚ ରହିଛି ସେଠାରେ ମଧ୍ୟ ବସ୍ ସେବା ଯୋଗାଇଦେବା ବୈଠକରେ ଆଲୋଚନା ହୋଇଛି ।
ସେହିପରି ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡ଼ାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ଜାଗାକୁ ବସ୍ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରି ବସ୍ ସେବା ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ମଧ୍ୟ ଏହି ସେବାର ସୁବିଧା ମିଳିବ ।

Related posts

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

mahabharatanews

ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ

mahabharatanews

ଦୁଇ ପୃଥକ ସଡକ ଦୁର୍ଘଟଣାରେ ୨ ମୃତ

mahabharatanews