ଓଡିଶା

ଧୁମଧାମରେ ପାଳିତ ହେଉଛି ବାମାନଘାଟି ମହୋତ୍ସବ ମାଦଲ-୨୦୨୩

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁର କଚେରୀ ଷ୍ଟାଡିୟମରେ ମହା ଧୁମଧାମରେ ଉଦ୍ଘାଟିତ ହୋଇଯାଇଛି ‘ବାମାନଘାଟି ମହୋତ୍ସବ ମାଦଲ-୨୦୨୩’ ।ଏହି ତିନି ଦିବାସୀୟ ମୋହତ୍ସବ କୁ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦର୍ଶନୀ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ପରେ ବାମାନଘାଟି ମୋହତ୍ସବ କୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ମହୋତ୍ସବ କମିଟି ର ଅଧ୍ୟକ୍ଷ ଉପଜିଲ୍ଲାପାଳ ସରୋଜ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡ୍ୟାନଦେ ଓ ଖିଲାରୀ, ଇଊଗ ତଥା ଚଇ ଓଞଊଇ ହେମନ୍ତ କୁମାର ସିଂ, ଜିଲ୍ଲା ପରିଷଦ ଉଋଙ ଦୌଲତ କୁମାର ଚନ୍ଦ୍ରାକର, ଊୠଙ ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥିମାନେ ବାମାନଘାଟି ମହୋତ୍ସବ ର ଭବ୍ୟ ଆୟୋଜନ କୁ ନେଇ ଆନନ୍ଦ ପ୍ରକାଶ କରିବା ସହିତ ଆୟୋଜକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସର ରେ ମହୋତ୍ସବ ର ସ୍ମରଣିକା “ଧରାସରଗ” ଉନ୍ମୋଚିତ ହୋଇଥିଲା। କାର୍ୟ୍ୟକ୍ରମ ରେ ସଙ୍ଗୀତ ନିର୍ଦେଶକ ସୁବାଷ ପାତ୍ର, ସଜ୍ଜନ ବଳ, ଛାଉନୃତ୍ୟ ଗବେଷକ ଦୁଷ୍ମନ୍ତ ବସା, ପାଲା ଗାୟକ ଭିକାରୀ ଚରଣ ମହାପାତ୍ର , ସଂକୀର୍ତ୍ତନ ଗାୟକ ମନରଞ୍ଜନ ବେହେରାଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାମାନଘାଟି ଉପଜିଲ୍ଲାପାଳ ପୁରୁଣା ଓଡ଼ିଆ ଓ ହିନ୍ଦୀ ଗୀତ ଗାଇ ସମସ୍ତଙ୍କ ମନ ଜିଣି ନେଇଥିଲା ବେଳେ ଗଞ୍ଜାମ ର ଯୋଡି ଶଙ୍ଖ ନାଚ ସହିତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟ ପରିବେଷଣ କରାଯାଇଥିଲା।

Related posts

ନଗର କଂଗ୍ରେସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୨୮୫ ୟୁନିଟ ରକ୍ତ ସଂଗ୍ରହ

mahabharatanews

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ଏହି କାରଣରୁ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍‌

mahabharatanews

Leave a Comment