ଓଡିଶା

ମ୍ୟାଲେରିଆରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା

(ଭୁବନେଶ୍ୱର): ଦିନକୁ ଦିନ ବୃଦ୍ଧି ପାଇବାକୁ ଳାଗିଲାଣି ରାଜ୍ୟରେ ଡେଙ୍ଗୁ ଆତଙ୍କ । ସେପଟେ ସହରରେ ଡେଙ୍ଗୁ ମାତିଥିବା ବେଳେ ଗ୍ରାମାଞ୍ଚଳରେ ମ୍ୟାଲେରିଆ। ରାଜ୍ୟ ଅଗଷ୍ଟ ମାସ ଶେଷ ବେଳକୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସାଢ଼େ ୩ହଜାର ହୋଇଥିବା ବେଳେ ମେ’ ମାସ ବେଳକୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ଛୁଇଁଛି।

ସୂଚନାନୁଯାୟୀ , ରାଜ୍ୟ ଭିବିଡିର ଯୁଗ୍ମ ନିର୍ଦେଶକ ଡା.ଶୁଭାଶିଷ ମହାନ୍ତି କହିଛନ୍ତି, ରାଜ୍ୟରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି। ଦକ୍ଷିଣ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ସେସବୁ ଜିଲ୍ଲାରେ ମାଇକ୍ରୋପ୍ଲାନିଂ କରାଯାଇ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ତାହାକୁ ଗୁରୁତ୍ବ ଦିଆଯାଉଛି।   ଦେଶରେ ଛତିଶଗଡ଼ ପରେ ଆକ୍ରାନ୍ତଙ୍କ ତାଲିକାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ବେଳେ ସରକାରଙ୍କ ପକ୍ଷରୁ ଏହା ସଂପର୍କରେ ସ୍ପଷ୍ଟ ଚିତ୍ର ଦିଆଯାଉନାହିଁ।

 

Related posts

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ଏସସିବିରେ ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews