Uncategorized

ସିଏଏ ବିରୋଧୀ ପ୍ରଦର୍ଶନରେ ପୁଲିସ ଉପରେ ପଥର ମାଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସାହିନ ବାଗ, ଲକ୍ଷେ୍ନø ଓ ଆଜମଗଡ ପରେ ଗୁରୁବାର ଦିନ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ବନାରସର ମହିଳାମାନେ ବେନିୟାବାଗ ମୈଦାନରେ ହୋଇଥିବା ମହିଳାଙ୍କ ବିରୋଧ କାଳରେ ପୁଲିସ ଉପରକୁ ପଥର ମାଡ ହୋଇଥିଲା ।
ମୈଦାନରେ ମହିଳାମାନେ ସିଏଏକୁ ବିରୋଧ କରି ବେନିୟାବାଗରେ ଏକାଠି ହୋଇଥିଲେ । ସୂଚନା ପାଇ ସେଠାରେ ପୁଲିସ ପହଁଚି ଧାରଣାକାରୀ ମହିଳାମାନଙ୍କୁ ଉଠାଇବାକୁ ପ୍ରୟାସ କରିବାରୁ ସେଠାରେ ଉପସ୍ଥିତ ଯୁବକମାନେ ବିରୋଧ କରିଥିଲେ । ଡିଏମ କୌଶାଳ ରାଜ ଶର୍ମା ଓ ଏସଏସପି ପ୍ରଭାକର ଚୌଧୁରୀ ୧୦ ଥାନାର ପୁଲିସ କର୍ମଚାର. ପିଏସି ଓ ଦଙ୍ଗା ନିୟନ୍ତ୍ରକ ଉପକରଣ ସହ ଘଟଣାସ୍ଥଳରେ ପହଁଚିଥିଲେ । ଜିଲ୍ଲାଧିକାରୀ କହିଛନ୍ତି, ଯେତେବେଳେ ବେନିୟାବାଗରେ ଅରାଜିକ ତତ୍ୱମାନେ ଜବରଦସ୍ତି ବିରୋଧ ପ୍ରଦର୍ଶନ କରିଥିଲେ, ବାରାଣସିରେ ଧ।।ରା ୧୪୪ ଲାଗୁ ହୋଇଛି । ପ୍ରଦର୍ଶନ ପାଇଁ ପୁଲିସଠାରୁ ଅନୁମତି ନେବା ଆବଶ୍ୟକ, କିନ୍ତୁ ପୁଲିସ ଠାରୁ ଅନୁମତି ନିଆଯାଇ ନ ଥିଲା । ଘଟଣା ଉପରେ ପୁଲିସ ପୁରୁଷମାନଙ୍କୁ ଗିରଫ କରିଥିଲା । ପୁଲିସ ମହିଳାଙ୍କୁ ଗିରଫ କରିବାକୁ ଚେଷ୍ଟା କରିବା ପରେ ପୁଲିସ ଉପରକୁ ପଥର ମାଡ କରାଯାଇଥିଲା ।

Related posts

ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ନେଇ ସଚେତନତା ଶିବିର

mahabharatanews

ପୁଲୱାମା ଆକ୍ରମଣର ବର୍ଷ ପୂର୍ତ୍ତିରେ ବିଜେପିକୁ ରାହୁଲଙ୍କ ୩ଟି ପ୍ରଶ୍ନ

mahabharatanews

ୟୁକ୍ରେନ ବିମାନ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି: ରୁହାନୀ

mahabharatanews