ଓଡିଶା

କୋଭିଡ ହେଲପ୍ ଲାଇନକୁ ଫୋନ କଲେ ମିଳୁନି ଉତ୍ତର

ଭୁବନେଶ୍ୱର: ପ୍ରବାସୀ ଓଡିଆଙ୍କ ଘର ଲେଉଟା ପାଇଁ ରାଜ୍ୟ ସରକାର ଦୁଇଟି ନମ୍ବର ୧୦୦ ଓ ୧୦୪ ହେଲପ୍ ଲାଇନ ଜାରି କରିଛନ୍ତି । ଓଡିଶାକୁ ଫେରିବାକୁ ଚାହୁଁଥିବା ଓଡିଆ ଏହି ନମ୍ବରରେ ଫୋନ କରି ଆବଶ୍ୟକୀୟ ସୂଚନା ପାଇ ପାରିବେ । କିନ୍ତୁ ଏହି ନମ୍ବରରେ ଫୋନ କଲେ କିଛି ଉତ୍ତର ଆସୁନି । ଏପରି ଅଭିଯୋଗ ଆଣିଛନ୍ତି ସୁରତରୁ ଫେରିଥିବା ୧୨ ଜଣ । ଏମାନଙ୍କୁ ଯାଜପୁର ଓ ଭଦ୍ରକ ଯିବାକୁ ଥିଲା । ସେମାନେ ବାରମ୍ବାର ଉଭୟ ନମ୍ବରକୁ ଫୋନ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନ ଥିଲେ । ଅନୋନ୍ୟପ।।ୟ ହୋଇ ଶେଷରେ ସମସ୍ତ କଟକଟାକୁ ପଛରେ ପକାଇ ଏମାନେ ଚାଲିଚାଲି ଘରକୁ ଫେରିଲେ ।

ସୂଚନା ଅନୁଯାୟୀ, ଗତ ମେ ୨ ତାରିଖରେ ସୁରତରୁ ୬୦ ଜଣ ଓଡିଶା ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ଯାଜପୁର ଓ ଭଦ୍ରକର ହୋଇଥିବାରୁ ସେମାନଙ୍କୁ ଭୁବନେଶ୍ୱରର କଳ୍ପନା ଛକ ନିକଟରେ ଓହ୍ଲାଇ ଦିଆଯାଇଥିଲା । ଏହା ପରେ ସେମାନେ ୧୦୦ ଓ ୧୦୪କୁ ବାରମ୍ବାର ଫୋନ କରିଥିଲେ କି କିପରି ଗାଁକୁ ଫେରିବେ । କିନ୍ତୁ ସେହି ନମ୍ବରୁ କୌଣସି ଉତ୍ତର ଆସି ନ ଥିଲା । ତେଣୁ ୧୨ ଜଣ ଭୁବନେଶ୍ୱରର ରାସ୍ତାରେ ବୁଲାବୁଲି କରିବା ସହ ଚାଲିଚାଲି ଘର ମୁହାଁ ହୋଇଥିଲେ । କିଛି ବାଟ ଯିବା ପରେ ଏକ ମିନି ଟ୍ରକ ଧରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ୨୪ ଘଣ୍ଟିଆ କାର୍ଯ୍ୟ କରୁଥିବା ହେଲପ୍ ଲାଇନକୁ ଫୋନ କରାଗଲେ ଯଦି ଫୋନ କେହି ନ ଉଠାଇବେ ତବେ ଏହି ନମ୍ବର କଣପାଇଁ ସରକାର ଜାରି କରିଛନ୍ତି । ଏହି ଯୁବକମାନେ ଏତେ ବାଟ ଚାଲି ଚାଲି ଯାଇଥିବାରୁ ନିଶ୍ଚିତ କୌଣସି ସ୍ଥାନରେ କିଛି ଖାଦ୍ୟ, ପାନୀୟ ତ କିଣିଥିବେ? କୌଣସି ଜାଗାରେ ବସିଥିଲେ? ଯଦି ଏମାନେ ସଂକ୍ରମିତ ହୋଇଥିବେ, ସେମାନଙ୍କ ଅସହାୟତା ଓ ସରକାରୀ କଳର ଉପରଠାଉରିଆ କାର୍ଯ୍ୟ ପାଇଁ କେତେ ଲୋକେ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ସେଥିପାଇଁ କିଏ ଦାୟୀ ରହିବେ?

Related posts

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews

ହାତୀପଲ ଘଉଡାଇବାକୁ ଯାଇ ଯୁବକ ଗୁରୁତର

mahabharatanews

ଅସମ୍ଭାଳ ଗୁଳୁଗୁଳି ; ରାଜଧାନୀରେ ତାପମାତ୍ରା ୪୩.୮ ଡିଗ୍ରି 

mahabharatanews