ଭାରତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର

(ଦିଲ୍ଲୀ) : ଆଜି ସରୁଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ରାଜନୈତିକ ଦଳ ମାନଙ୍କର ହେଭିୱେଟ ନିଜ ନିଜ ଦଳର ପ୍ରଚାର ପାଇଁ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, TMC ମୁଖ୍ୟ ମମତା ବାନାର୍ଜୀ ସହ ସମସ୍ତ ଦଳର ଷ୍ଟାର୍ କ୍ୟାମ୍ପେନର ନିଜ ଦଳ ବଳକୁ ପ୍ରଚାରରେ ଲଗାଇଛନ୍ତି।
ସୂଚନାନୁଯାୟୀ , ନିର୍ବାଚନ ପ୍ରଚାରରେ କମ୍ପୁଛି ମଇଦାନ। ଏହାରି ଭିତରେ ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ କ୍ୟାମ୍ପେନିଂ। ତୃତୀୟ ପର୍ଯ୍ୟାୟ ଭୋଟ୍ ଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର। ତୃତୀୟ ପର୍ଯ୍ୟାୟରେ ୧୨ ରାଜ୍ୟର ୯୩ ଲୋକସଭା ଆସନରେ ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍ ଗ୍ରହଣ। ନିର୍ବାଚନ ତାରିଖ ତୃତୀୟ ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହେବ ।

Related posts

କେରଳରେ ୨୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନ

mahabharatanews

ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ

mahabharatanews