ଭାରତ

କେରଳରେ ୨୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

(କେରଳ) : ଦିନକୁ ଦିନ ଘନେଇବାରେ ଲାଗିଛି କରୋନା ସଂକ୍ରମଣ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଶୁକ୍ରବାର ଦିନ କହିଛନ୍ତି ଯେ ନଭେମ୍ବର ଠାରୁ ରାଜ୍ୟରେ କୋଭିଡ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି କାରଣ ଏଠାରେ ଅନ୍ୟ ରାଜ୍ୟ ତୁଳନାରେ କେରଳରେ ପରୀକ୍ଷା ନମୁନା ସଂଖ୍ୟା ଅଧିକ ରହିଛି । ନୂତନ JN.1 ଭାରିଆଣ୍ଟକୁ ନେଇ ହେଉଥିବା ବିଭିନ୍ନ ଆଶଙ୍କା ଦୂର କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୬୫ ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।

ମନ୍ତ୍ରୀ କହିଛନ୍ତି, “ନଭେମ୍ବରରେ ଆମେ ଜିନୋମ ସିକ୍ୱେନସିଂ ପାଇଁ ପାଇଁ ଏକ ନମୁନା ପଠାଇଥିଲୁ । ନଭେମ୍ବର ୧୮ ରେ ଜେନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା ୭୯ ବର୍ଷୀୟା ମହିଳାଙ୍କ ନମୁନା JN.1 ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସେ ଘରେ କ୍ୟାରେଣ୍ଟାଇନରେ ଥିଲେ ଏବଂ ବର୍ତ୍ତମାନ ଭଲ ଅଛନ୍ତି । ହିନ୍ଦି ଚଳଚ୍ଚିତ୍ର ‘12TH FAIL’କୁ ଜିଏସଟିମୁକ୍ତ ଘୋଷଣା କଲେ ଓଡ଼ିଶା ସରକାର ଆମର ପରୀକ୍ଷଣ ସଂଖ୍ୟା ସ୍ୱାଭାବିକ ଭାବରେ ଅଧିକ, ଆମେ ଅଧିକ ସକରାତ୍ମକ ମାମଲା ପାଇପାରୁଛୁୁ । ତେବେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀ, ଭେଣ୍ଟିଲେଟର କିମ୍ବା ବେଡରେ ପଡିଥିବା ରୋଗୀଙ୍କ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନାହିଁ ।

Related posts

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

ଭାରତୀୟ ନୌସେନାକୁ ବଡ ସଫଳତା

mahabharatanews

ସଂସଦର ଉଭୟ ସଦନରେ ଆଜି ବି ଜାରି ରହିଥିଲା ହଙ୍ଗାମା

mahabharatanews