ଓଡିଶା

କ୍ୟାନ୍ସର ସହ ଲଢେଇ କରୁଛି ନାବାଳକ ସୁମିତ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): କ୍ୟାନ୍ସର ରୋଗ ସହ ଲଢେଇ କରୁଛି ୧୩ ବର୍ଷର ନାବାଳକ । ଏଭଳି ହୃଦୟ ବିଦାରକ ଘଟଣା ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ମାଲାବରମ ପଞ୍ଚାୟତର ଏମପିଭି-୫୫ ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ସୁଶାନ୍ତ ବରାଳଙ୍କ ପୁଅ ସୁମିତ ବରାଳ ଗତ ଏକ ମାସ ଧରି କ୍ୟାନ୍ସର ରୋଗରେ ପୀଡିତ ହୋଇ ଭୂବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ରକ୍ତ କର୍କଟ ଓ ଏବେ ତାହା ପ୍ରଥମ ଷ୍ଟେଜରେ ଥିବା ପରୀକ୍ଷାରୁ ଜଣାପଡିଛି । ଗତ ଏକ ମାସ ଧରି ତାଙ୍କୁ ରକ୍ତ ଦିଆଯାଉଥିବା ବେଳେ ଏବେ ତାଙ୍କର ଖାଇବା ପିଇବା ସହ ଝାଡା ପରିସ୍ରା ମଧ୍ୟ ବନ୍ଦ ହୋଇଯାଇଛି । ଚିକିତ୍ସା ପାଇଁ ୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି । କିନ୍ତୁ ଗରିବ ଚାଷୀ ପରିବାର ଏତେ ଟଙ୍କା କିପରି ଯୋଗାଡ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ତେବେ ଦୁଃଖର ବିଷୟ ଗରୀବ ଘରର ନାବାଳକଟି କ୍ୟାନ୍ସରରେ ପୀଡିତ ଥିବା ବିଷୟରେ ଅବଗତ ଥିଲେ ବି ଏହି ଅଞ୍ଚଳର ବିଧାୟକଙ୍କ ତରଫରୁ କୌଣସି ସାହାଯ୍ୟ ଏଯାଏ ମିଳିପାରି ନାହିଁ । ଏଣୁ ସୋସିଆଲ ମିଡିଆ ଜରିଆରେ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକେ ସାହାଯ୍ୟ ମାଗୁଛନ୍ତି । ତେବେ ଜିଲ୍ଲାର କିଛି ବୁଦ୍ଧିଜୀବୀ ସାମର୍ଥ୍ୟ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ।

Related posts

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

mahabharatanews

ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ଗାଡ଼ି, ଜଣେ ମୃତ

mahabharatanews

ପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତି

mahabharatanews