ଓଡିଶା

ହାତୀଲୁଜାଣୀ ଛକରେ ବାଇକ- ତେଲ ଟ୍ୟାଙ୍କର ଧକ୍କା, ୧ ମୃତ

ମହାଭାରତ/ ଢେଙ୍କାନାଳ: ଢେଙ୍କାନାଳ, ପରଜଙ୍ଗ ଥାନା ଅଧୀନ ହାତୀଲୁଚାଣୀ ଛକ ନିକଟରେ ଏକ ତେଲ ଟ୍ୟାଙ୍କର ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟ ଘଟିଛି। ମୃତକ ହେଲେ ପରଜଙ୍ଗ ଗାଁର ରଞ୍ଜନ ମହାନ୍ତି।

ଗତକାଲି ହାତୀଲୁଚାଣୀସ୍ଥିତ ନିଜ ମାମୁଁ ଘରକୁ ଯାଇଥିବା ରଞ୍ଜନ ଆଜି ଘରୁ ଫେରୁଥିବା ବେଳେ ହାତୀଲୁଚାଣୀ ଛକରେ ଏକ ତେଲ ଟ୍ୟାଙ୍କର ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟାଇ ତେଲ ଟ୍ୟାଙ୍କର ଡ୍ରାଇଭର ଫେରାର ହୋଇଯାଇଥିବାରୁ ପୁଲିସ୍ ଟ୍ୟାଙ୍କରକୁ ଜବତ କରିଛି।

Related posts

ଅନ୍ଲାଇନ ଓ ଅଫଲାଇନ ହେବ +୨ଖାତା ଦେଖା

mahabharatanews

କମ୍ବଳ ବାଣ୍ଟି ନୂଆବର୍ଷ ପାଳିଲେ ନବରଙ୍ଗପୁର ଏସପି

mahabharatanews

ମଞ୍ଚରେ ଗୀତ ଗାଉଥିବା ବେଳେ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

mahabharatanews