ଓଡିଶା

ପଶ୍ଚମଓଡ଼ିଶା କୋଭିଡ ପରିସ୍ଥିତିକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର/ରାଜେଶ ସାହୁ: ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ଜିଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠି କଣ୍ଟନମେଣ୍ଟ କରାଯାଉଛି । ନୂଆପଡା ଓ କଳାହାଣ୍ଡି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ଛତିଶଗଡ଼ରେ ହୋଇଥିବା କ୍ରିକେଟ ଖେଳ ସଂକ୍ରମଣକୁ ଅଧିକ ବଢାଇଛି । ଉଭୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ଛତିଶଗଡ଼ରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ଆଣ୍ଟିଜେନ ଟେଷ୍ଟିଂ କରିବାକୁ କୁହାଯାଇଛି । ସୀମା ସିଲ କରିବା ସମସ୍ୟାର ସମାଧାନ ନୁହେଁ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ଆମର ପ୍ରାଥମିକତା ହେବା ଦରକାର । ଆଗାମୀ ଦିନରେ ସରକାର ଆବଶ୍ୟକ ମୁତାବକ ନିଷ୍ପତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

Related posts

କଡା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର 

mahabharatanews

ର୍ଦୁବୃତ୍ତଙ୍କ ଆକ୍ରମଣ ଦୋକାନୀ ଗୁରୁତର

mahabharatanews

ଫୋନରେ କଥା ହେଉଥିଲେ ! ଖସିପଡିଲେ ଟାଙ୍କିରେ

mahabharatanews