ଅପରାଧ

ଏଟିଏମ ଲୁଟରେ ବ୍ୟବହୃତ କାର ଜବତ

ଭୁବନେଶ୍ୱର: ଗତକାଲି ରାଜଧାନୀର ଓଲ୍ଡ ଟାଉନରେ ହୋଇଥିବା ଏଟିଏମ ଲୁଟ ଉଦ୍ୟମ ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା । ପୁଲିସ ଲୁଟରେ ବ୍ୟବହୃତ କାରକୁ ଜବତ କରିଛି । କାରଟି ନାଲି ରଙ୍ଗର ଏମଜି ହେକ୍ଟର । ଏହାର ନମ୍ବର ୧୬ ଟିସି ୦୪୬/୧ । ଏହି କାର ନେଇ ଜଣେ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ପୁଲିସ ୨ ଏଟିଏମ ଲୁଟେରାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ତଦନ୍ତ ଚଳାଇଛି ପୁଲିସ । ଘଟଣାରେ ପୁଲିସକୁ ମିଳିଛି କାର ।
ଗତକାଲି ବଢେଇବାଙ୍କ ସ୍ଥିତ ଏମଟିଏମକୁ ଆସି ୩ ଦୁର୍ବୃତ୍ତ ଆସିଥିଲେ । ସେମାନେ ଏଟିଏମ ମେସିନ ଭାଙ୍ଗିବାକୁ ଚେଷ୍ଟା କରିବାରୁ ବ୍ୟାଙ୍କର ସିକ୍ୟୁରିଟି ସଭିଲାନ୍ସକୁ ଏହା ଜଣାପଡିଥିଲା । ସଙ୍ଗେ ସଙ୍ଗେ ପୁଲିସ ଓ ସିକ୍ୟୁରିଟି ଡିପାର୍ଟମେଣ୍ଟକୁ ସୂଚନା ଦିଆଯାଇଥିଲା । ଏଥିମଧ୍ୟରେ ଏଟିଏମରେ ସନ୍ଦିଗ୍ଧଙ୍କ ଗତିବିଧିକୁ ନେଇ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରି ନେଇଥିଲେ । କିନ୍ତୁ ଜଣେ ସନ୍ଦିଗ୍ଧ ଆସିଥିବା କାରରେ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲା ।

Related posts

ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାର

mahabharatanews

ସିଷ୍ଟର ଅଭୟ ହତ୍ୟା ଘଟଣା: ଦୋଷୀ ପାଦ୍ରୀ ଓ ନନଙ୍କୁ ଆଜୀବନ କାରାଦଣ୍ଡ

mahabharatanews

ଜୁଆ ଆଡ୍ଡାରେ ଚଢାଉ, ୬ ଗିରଫ

mahabharatanews