ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କଲା ସିବିଆଇ । ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରୁ ରାତି ୧୧ଟା ଯାଏ ୮ଘଣ୍ଟା ଧରି ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲେ । ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଶୁକ୍ରବାର ୪ ଜଣ ହାଜର ହୋଇଥିଲେ । ପୂର୍ବରୁ କ୍ରାଇମ୍ବ୍ର।ଞ୍ଚ ଏମାନଙ୍କୁ ଗିରଫ କରିଥିଲା । ଜାମିନ ପାଇବା ପରେ ଏମାନେ ଜେଲ୍ରୁ ବାହାରିଥିଲେ ।

ତେବେ ଆଜି ବାକିଥିବା ଅନ୍ୟମାନେ ସିବିଆଇରେ ହାଜର ହେବାର ସମ୍ଭାବନା ରହିଛି । ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ।/odishatv/media/media_files/2025/10/01/arrested-forwarded-to-court-2025-10-01-18-49-37.jpg)
ଏହି ଜାଲିଆତି ମାମଲାକୁ ନେଇ ପ୍ରଥମେ ବ୍ରହ୍ମପୁର ଜିଲ୍ଲାର ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେପ୍ଟେମ୍ବର ୨୯ ତାରିଖ ରାତିରେ ୩ଟି ବସ୍ରେ ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ ଙ୍କୁ ବ୍ରହ୍ମପୁର ପୋଲିସ କାବୁ କରିଥିଲା । ଏହାପରେ ମାମଲାର ତଦନ୍ତ କ୍ରାଇମ୍ବ୍ର।ଞ୍ଚ ହାତକୁ ଯାଇଥିଲା । କ୍ରାଇମ୍ବ୍ର।ଞ୍ଚ ଏହି ଜାଲିଆତିର ମାଷ୍ଟରମାଇଣ୍ଡକୁ ମିଶାଇ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ କୋର୍ଟ ଜାମିନ ପ୍ରଦାନ କରି ସାରିଥିବା ବେଳେ ୧୧ ଜଣ ଦଲାଲ ଓ ଏଜେଣ୍ଟ ଏବେ ମଧ୍ୟ ବ୍ରହ୍ମପୁର ଜେଲରେ ରହିଛନ୍ତି ।
/odishatv/media/media_files/2025/10/27/cbi-probe-into-odisha-police-si-recruitment-scam-odisha-govt-issues-notification-2025-10-27-22-07-44.jpg)
