ଅପରାଧଓଡିଶା

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ । ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟାରୁ ରାତି ୧୧ଟା ଯାଏ ୮ଘଣ୍ଟା ଧରି ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା କରିଥିଲେ । ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଶୁକ୍ରବାର ୪ ଜଣ ହାଜର ହୋଇଥିଲେ । ପୂର୍ବରୁ କ୍ରାଇମ୍‌ବ୍ର।ଞ୍ଚ ଏମାନଙ୍କୁ ଗିରଫ କରିଥିଲା । ଜାମିନ ପାଇବା ପରେ ଏମାନେ  ଜେଲ୍‌ରୁ ବାହାରିଥିଲେ ।

Why a Revamping of the CBI Is Necessary - The Wire

ତେବେ ଆଜି ବାକିଥିବା ଅନ୍ୟମାନେ ସିବିଆଇରେ ହାଜର ହେବାର ସମ୍ଭାବନା ରହିଛି । ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍‌ ଟେକ୍‌ଲାବ୍ ପ୍ରାଇଭେଟ୍ ଲିମିଟେଡ୍‌ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍‌ ଏହାକୁ ସବ୍‌ଲେଟ୍‌ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ।Odisha Police SI exam 'sabotage': 117 accused produced before...

ଏହି ଜାଲିଆତି ମାମଲାକୁ ନେଇ ପ୍ରଥମେ ବ୍ରହ୍ମପୁର ଜିଲ୍ଲାର ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେପ୍ଟେମ୍ବର ୨୯ ତାରିଖ ରାତିରେ ୩ଟି ବସ୍‌ରେ ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ ଙ୍କୁ ବ୍ରହ୍ମପୁର ପୋଲିସ କାବୁ କରିଥିଲା । ଏହାପରେ ମାମଲାର ତଦନ୍ତ କ୍ରାଇମ୍‌ବ୍ର।ଞ୍ଚ ହାତକୁ ଯାଇଥିଲା । କ୍ରାଇମ୍‌ବ୍ର।ଞ୍ଚ  ଏହି ଜାଲିଆତିର ମାଷ୍ଟରମାଇଣ୍ଡକୁ ମିଶାଇ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ କୋର୍ଟ ଜାମିନ ପ୍ରଦାନ କରି ସାରିଥିବା ବେଳେ ୧୧ ଜଣ ଦଲାଲ ଓ ଏଜେଣ୍ଟ ଏବେ ମଧ୍ୟ ବ୍ରହ୍ମପୁର ଜେଲରେ ରହିଛନ୍ତି ।

CBI probe into Odisha Police SI recruitment scam: Odisha govt...

Related posts

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews

ମହିଳାଙ୍କ ତଣ୍ଟି ଚିପି ହତ୍ୟାକଲା ସାବତ ପୁଅ

mahabharatanews