ଓଡିଶା

SI ପରୀକ୍ଷା କେଳେଙ୍କାରୀରେ ୩ ଆଇପିଏସ୍ କରାଯିବ ପଚରାଉଚରା

ବହୁଚର୍ଚ୍ଚିତ ପୁଲିସ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପୁଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ବ ନେଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି)କୁ ଟାଗେର୍ଟ କରିଛି । ୨୦୨୦ ମସିହାଠାରୁ ଓପିଆର୍‌ବି ଦାୟିତ୍ଵ ମୁଣ୍ଡାଇଥିବା ୩ଜଣ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇରେ ହାଜର ହେବା ପାଇଁ ସମନ ପଠଯାଇଥିବା ସୂଚନା ମିଳିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଆଇପିଏସ୍ ଅଧିକାରୀଙ୍କ ତାଲିକାରେ ୨ଜଣ ବରିଷ୍ଠ ଓ ଜଣେ କନିଷ୍ଠ ଅଛନ୍ତି। ଉପରୋକ୍ତ ଏସ୍‌ଆଇ ସ୍କାମରେ ସେମାନେ ସିଧାସଳଖ ସମ୍ପୃକ୍ତ ନଥିଲେ ହେଁ ପୂର୍ବରୁ ଯେତେଥର ପୁଲିସ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିଛି। ସେସବୁ ବାବଦରେ ଆଇପିଏସ୍ ଅଧିକାରୀମାନଙ୍କୁ ପଚରାଉଚରା କରାଯାଇପାରେ। ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଲିଖିତ ପରୀକ୍ଷା ପାଇଁ କେଉଁ ସଂସ୍ଥା ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିଲା ? ବର୍ତ୍ତମାନର ଏସ୍‌ଆଇ ପରୀକ୍ଷା ସ୍କାମରେ ଏହାର କିଛି ଲିଙ୍କ୍ ଅଛି କି ? ସେନେଇ ତଦନ୍ତକାରୀ ଅଧିକାରୀମାନେ ତଦନ୍ତ କରିବେ। ଏହାପରେ ଓପିଆର୍‌ବିର ଅନ୍ୟ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଜେରା ପାଇଁ ଡକାଯାଇପାରେ। ଓପିଆର୍‌ବି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାର ଦାୟିତ୍ଵ କୋଲକାତାର ଆଇଟିଆଇ ଲିମିଟେଡ୍ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଆଇଟିଆଇ ସଂସ୍ଥା ପରୀକ୍ଷା ପରିଚାଳନାର ଦାୟିତ୍ଵ ସିଲିକନ ଟେକଲ୍ୟାବ୍ ପ୍ରାଇଭେଟ ଲିମିଟେଡ୍‌କୁ ଦେଇଥିଲା। ଆଇଟିଆଇର କିଛି ଅଧିକାରୀଙ୍କୁ ସିବିଆଇ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

Related posts

୨୧ଦିନ ଚାଲିବ ଭଞ୍ଜନଗର ଠାକୁରାଣୀ ଯାତ୍ରା

mahabharatanews

ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା

mahabharatanews

ରାଜ୍ୟର ସବୁଠୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ 

mahabharatanews