ବିଦ୍ୟା

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ଭୁବନେଶ୍ୱରରେ ୯୩.୨୦% ପାସ

(ନୂଆଦିଲ୍ଲୀ):ଆଜି ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨.୪୫ରେ ସିବିଏସଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସଇ ୱେବସାଇଟ ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ମହାମାରୀ କରୋନା ପାଇଁ ସିବିଏସଇର କିଛି ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହା ସତ୍ତ୍ୱେ ବି ପରୀକ୍ଷା ଖାତା ଦେଖାଯାଇଥିଲା । ଆଜି ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି।
ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍ ହାର ୯୧.୪୬% ରହିଛି। ଗତବର୍ଷ ପାସ୍ ହାର ୯୧.୧୦ ରହିଥିଲା। କିନ୍ତୁ ଚଳିତ ବର୍ଷ ରେଜଲ୍ଟରେ ୦.୩୬% ବୃଦ୍ଧି ଘଟିଛି। ଗତବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ ରହିଛି। ଚଳିତ ବର୍ଷ ଛାତ୍ରଙ୍କ ପାସ ହାର ୯୦.୧୪% ଥିବା ବେଳେ ଛାତ୍ରୀଙ୍କ ପାସ୍ହାର ୯୩.୩୧% ରହିଛି। ସେହିପରି ତୃତୀୟ ଲିଙ୍ଗଙ୍କ ପାସ୍ହାର ୭୮.୯୫% ରହିଛି।
ତେବେ ଭୁବନେଶ୍ୱରରେ ପାସ୍ ହାର ୯୩.୨୦% ରହିଛି। ପ୍ରଥମ ସ୍ଥାନରେ ତ୍ରିଭେନ୍ଦ୍ରମ ରହିଛି। ଏଠାରେ ପାସ ହାର ୯୯.୨୮% ରହିଛି। ସିବିଏସଇ ଦ୍ୱାଦଶ ପରୀକ୍ଷାରେ ବି ତ୍ରିଭେନ୍ଦ୍ରମରେ ସର୍ବାଧିକ ପିଲା ପାସ କରିଥିଲେ। ଚେନ୍ନାଇରେ ପାସ ହାର ୯୮.୯୫% ରହିଛି । ଏହି ରିଜନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ୯୮.୨୩% ପାସ ହାରରେ ବେଙ୍ଗାଲୁରୁ ରହିଛି। ଅନ୍ୟପଟେ ଏଥର କେନ୍ଦ୍ରୀୟ ବିଦ୍ୟାଳୟରେ ପାସ ହାର ସର୍ବାଧିକ ୯୯.୨୩% ଥିବାବେଳେ ନବୋଦୟ ବିଦ୍ୟାଳୟରେ ୯୮.୬୬% ଏବଂ ଘରୋଇ ବିଦ୍ୟାଳୟରେ ପାସ ହାର ୯୨.୮୧% ରହିଛି।

Related posts

ବାଳଶ୍ରମର ବାର୍ଷିକ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଗଣେଶୀ ଲାଲ୍

mahabharatanews

କୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭ

mahabharatanews

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews