ଓଡିଶାରାଜନୀତି

‘ଧାନ ମଣ୍ଡିରେ ଲାଗିବ ସିସିଟିଭି’

ଭୁବନେଶ୍ୱର: ଦୁର୍ନୀତି ରୋକିବାକୁ ବଡ଼ ପଦକ୍ଷେପ । ଦୁର୍ନୀତିରେ ରୋକ ଲଗାଇବାକୁ ହେବ ଟେକ୍ନୋଲୋଜିର ବ୍ୟବହାର । ଆଉ ମଣ୍ଡିରେ ହୋଇପାରିବନି ଧାନ ହେରଫେର । ଏବେ ମଣ୍ଡିକୁ ଜମିବ ସିସିଟିଭି । ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲାଗିବ ଜିପିଏସ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ସହ ମନ୍ତ୍ରୀ କହିଛନ୍ତି ଧାନ ଯେତେବେଳେ ମିଲର ପାଖୁ ଯାଉଛି ସେହି ସମୟରେ ଗାଡ଼ିରେ ଜିପିଏସ ଲଗାଯିବ । ମଣ୍ଡିରୁ ମିଲରଙ୍କ ଧାନ ଗଲା କି ନାହିଁ ତଦାରଖ କରିବା ଲାଗି ଏହା କରାଯିବ । ସେହିପରି ମିଲରଙ୍କ ପାଖରୁ ଯେଉଁ ଚାଉଳ ଗୋଦାମକୁ ଆସୁଛି ସେହି ଗାଡ଼ିରେ ମଧ୍ୟ ଜିପିଏସ ଲାଗିବ ।
ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଧାନ ମଣ୍ଡିରେ ହେରଫେର ହେଉଥିବା ନେଇ ଚାଷୀଙ୍କୁ ଠିକ୍ ଟୋକନ ମିଳିନଥାଏ । ଆଉ କେତେବେଳେ ମିଲ ଧାନ ନେବା ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ପାଇଁ ଚାଷୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଯାହାକୁ ରୋକିବାକୁ ସିସିଟିଭି ଲାଗିବ ।

 

Related posts

ସୁସ୍ଥ, ନିରୋଗ ରହିବା ପାଇଁ ‘ଆହ୍ୱାନ କମ୍ବାଇନ୍ସ’ର ସାଇକେଲ ସଚେତନତା ରାଲି

mahabharatanews

୫୭ ନମ୍ବର ଜାତୀୟ ରାଜପଥରେ ବସ-ଟ୍ରକ ମୁହାଁମୁହିଁ ଧକ୍କା: ୧୦ ଆହତ

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା ଦାସ

mahabharatanews