ଓଡିଶା

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

(ରଜନୀ କାନ୍ତ ପାତ୍ର / ହିଞିଳି) : ବ୍ରହ୍ମପୁରରେ ଶାସକ ଦଳ ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ। ପ୍ରତିବାଦ ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ। ଶାସକଦଳ ବିଧାୟକ ଏବଂ ମନ୍ତ୍ରୀ ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କରେ ଡେରା ପକାଇଛନ୍ତି। ଯାହାକୁ ବିଜେପି ତୀବ୍ର ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ପାର୍କ ଭିତରେ ବିଧାୟକ ମନ୍ତ୍ରୀ ଥିବା ବେଳେ ପାର୍କ ବାହାରେ ବିଜେପିର କଳାପତାକା ପ୍ରଦର୍ଶନ କରିଛି।ସାଧାରଣ ଲୋକଙ୍କୁ ଯେଉଁଠି ମନା ସେଠି କିପରି ବିଜେଡି ନେତା ମାନଙ୍କୁ ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ମୀ। ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ପାର୍କ ବନ୍ଦ ରଖିଛି ଜିଲ୍ଲା ପ୍ରସାଶନ। କିନ୍ତୁ ଶାସକ ଦଳର ବିଧାୟକମାନଙ୍କ ପାଇଁ ସବୁ ନିୟମ ଚୁଲିକୁ ପେଲି ଦେଇଛି ଜିଲ୍ଲା ପ୍ରଶାସନ ବୋଲି ବିଜେପି କର୍ମି ମାନେ ପ୍ରକାଶ କରିଛନ୍ତି ।

 

Related posts

ବର୍ଷା ସହିତ କାଳବୈଶାଖୀ ସମ୍ଭାବନା

mahabharatanews

ବସ୍ତା ବ୍ଲକରେ ସୁରଭି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଭିଯାନ

mahabharatanews

ସମୟର ଆହ୍ୱାନ: ମୁଁ ଛାଡି ଆମେକୁ ଆପଣାଉ ରାଜ୍ୟ ବିଜେପି

mahabharatanews