ଭାରତ

ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

ଭାରତ: ଏକକ ନିର୍ବାଚନ ନେଇ ପାଦେ ଆଗକୁ ବଢିଲା କେନ୍ଦ୍ର । ଏନେଇ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଦେଶରେ ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ନେଇ ବିତର୍କ ଦୀର୍ଘଦିନ ହେଲା ହୋଇ ଆସୁଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ମାତ୍ର ଏଥିରେ କେଉଁମାନେ ସଦସ୍ୟ ରହିବେ, ତାହା ଜଣାପଡ଼ିନାହିଁ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସଂପର୍କିତ ସମସ୍ତ ଦିଗକୁ ତନଖି ଏହି କମିଟି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ। ଏହା ସହ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବ କମିଟି । ଏନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଯାଇ ଭେଟିଛନ୍ତି ।
ସରକାର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଅଧିବେଶନରେ ୫ଟି ବୈଠକ ବସିବ । ଏହି ସମୟରେ ଏକକ ନିର୍ବାଚନ ନେଇ ବିଲ ଆସିପାରେ । ଚଳିତ ମାସ ୧୮ରୁ ୨୨ ସେପେଟମ୍ବର ଯାଏଁ ଏହି ଅଧିବେଶନ ଚାଲିବ । ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ ହୋଇନି।

Related posts

୧୩ରେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ

mahabharatanews

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି

mahabharatanews

ଉତ୍ତରାଖଣ୍ଡରେ ଭୂସ୍ଖଳନ; ବଦ୍ରିନାଥକୁ   ଯୋଗାଯୋଗ ବିଚ୍ଛିନ୍ନ

mahabharatanews