ଓଡିଶା

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

(ପୁରୀ) : ଆଜି ଶ୍ରୀମନ୍ଦିର ବେଢାରେ ଆୟୋଜିତ ହେବ ବିଜେ ସୂର୍ଯ୍ୟନାରାୟଣ ମହାପ୍ରଭୁଙ୍କ ରଥଯାତ୍ରା ନୀତି । ଏହାକୁ ଚୈତ୍ର ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ । ଏହି ଅବସରରେ ଠାକୁରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ । ଦ୍ୱିପହର ଧୂପରେ ଠାକୁରଙ୍କୁ ଖିରି, କାକରା ଓ ଲଡ଼ୁ ଭୋଗ କରାଯାଏ । ବେଢାରେ ରଥ ଯାତ୍ରା ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ପକ୍ଷରୁ ଏନେଇ ସମସ୍ତ ସାମଗ୍ରୀ ଯୋଗାଯାଏ । ରାଜାଙ୍କ ପକ୍ଷରୁ ପାଟ ଓ ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଯୋଗାଇ ଦିଆଯାଏ । ବନମାଳୀ କର, ହରିହର କର, ନାରାୟଣ ପୁଷ୍ପାଳକଙ୍କ ସହ ଠାକୁରଙ୍କ ସେବକମାନେ ଏସମସ୍ତ ସେବା କରିବେ ବୋଲି ସୂର୍ଯ୍ୟମନ୍ଦିର ସେବାୟତ ରାମକୃଷ୍ଣ ପୁଷ୍ପାଳକ ଏହି ସୂଚନା ଦେଇଛନ୍ତି ।

Related posts

ଆରବ ସାଗରରେ ଲଘୁଚାପ ,ବାତ୍ୟା ଆଶଙ୍କା

mahabharatanews

ବଦଳିବ ପାଗ ; ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ 

mahabharatanews

ସ୍କୁଲ କ୍ୟାମ୍ପସରେ ହାତୀ

mahabharatanews