ଓଡିଶା

ଆଜି ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା

(ପୁରୀ) : ଆଜି ଶ୍ରୀମନ୍ଦିର ବେଢାରେ ଆୟୋଜିତ ହେବ ବିଜେ ସୂର୍ଯ୍ୟନାରାୟଣ ମହାପ୍ରଭୁଙ୍କ ରଥଯାତ୍ରା ନୀତି । ଏହାକୁ ଚୈତ୍ର ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ । ଏହି ଅବସରରେ ଠାକୁରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ । ଦ୍ୱିପହର ଧୂପରେ ଠାକୁରଙ୍କୁ ଖିରି, କାକରା ଓ ଲଡ଼ୁ ଭୋଗ କରାଯାଏ । ବେଢାରେ ରଥ ଯାତ୍ରା ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ପକ୍ଷରୁ ଏନେଇ ସମସ୍ତ ସାମଗ୍ରୀ ଯୋଗାଯାଏ । ରାଜାଙ୍କ ପକ୍ଷରୁ ପାଟ ଓ ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଯୋଗାଇ ଦିଆଯାଏ । ବନମାଳୀ କର, ହରିହର କର, ନାରାୟଣ ପୁଷ୍ପାଳକଙ୍କ ସହ ଠାକୁରଙ୍କ ସେବକମାନେ ଏସମସ୍ତ ସେବା କରିବେ ବୋଲି ସୂର୍ଯ୍ୟମନ୍ଦିର ସେବାୟତ ରାମକୃଷ୍ଣ ପୁଷ୍ପାଳକ ଏହି ସୂଚନା ଦେଇଛନ୍ତି ।

Related posts

ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଲଣ୍ଡା ପାହାଡ଼ !

mahabharatanews

‘ରାଜ୍ୟରୁ ସ୍କ୍ରବ ଟାଇଫସ ସଂଖ୍ୟା ୨ହଜାରରୁ ଅଧିକ’; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews