ଓଡିଶା

ବିଧାୟକଙ୍କ ନାଁରେ ଠକେଇ

(ଭୁବନେଶ୍ୱର) ; ୱେବ ଚ୍ୟାନଲର ସାମ୍ବାଦିକ ସୁଧାଂଶୁ ଶେଖରଙ୍କ ଠକେଇର ଚେର ମାଡି ଚାଲିଛି । ପୁଣି ସୁଧାଂଶୁ ଶେଖରଙ୍କ ନାଁରେ ଆସିଲା ଆଉ ଏକ ଠକେଇ ମାମଲା । ତେବେ ଠକେଇର ପ୍ରକୃତ କାରଣ ଜାଣିଲେ ସାମ୍ବାଦିକଙ୍କ ସାହାସିକତାକୁ ଆପଣ ତାରିଫ ନକରି ରହିପାରିବେନି । ତେବେ ଏ ଠକେଇ ବିଧାୟକଙ୍କ ନାଁ ନେଇ ହୋଇଛି । ସେ ପୁଣି ବିଜେଡି ବିଦାୟକ, ଦ୍ୱିତୀୟ କ୍ଷମତାର କେନ୍ଦ୍ର କୁହାଯାଉଥିବା ବା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ନାଁ ନେଇ ଠକେଇ ହୋଇଥିବା ସଙ୍ଗିନ ଅଭିଯୋଗ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଫୋଟ ଏବଂ ଲେଟରପ୍ୟାଡ ଜାଲ୍ କରି ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଜଣେ ସାମ୍ବାଦିିକ ଯଦି ବବିଙ୍କ ଭଳି ଜଣେ କ୍ଷମତା ଶାଳି ବିଧାୟକଙ୍କ ନାଁରେ ଠକି ପାରୁଛି ତେବେ ଥରେ ଚିନ୍ତା କରନ୍ତୁ ଆଉ କେଉଁ ଅପରାଧିକ ମାମଲାରେ ସେ ଜଡିତ ନଥିବେ ।
ସୂଚନା ଅନୁଯାୟି ଯାଜପୁର ଜିଲ୍ଲା ଅନ୍ତଗର୍ତ ମଙ୍ଗଲପୁର ଥାନା ଥାଲକୁଡି ଗ୍ରାମର ସରୋଜ ଜେନା ଏହି ଠକେଇର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ଯାଜପୁର ଟାଉନରେ ଥିବା କୁସୁମା ପୋଖୀରୀର ମୁଖ୍ୟ ଗେଟ ନିର୍ମାଣ ଦାୟିତ୍ୱ ପାଇଁ ସୁଧାଂଶୁ ଶେଖର ଙ୍କ ସଂସ୍ଥାକୁ ମିଳିଥିବା କହିବା ସହ ତାଙ୍କର ଏକ ଜୟଶ୍ରି ସିଗ୍ନାଏଜ ନାମକ ସଂସ୍ଥା ରହିଛି ଏବଂ ସେ ସେହି ସଂସ୍ଥାର ମୁଖ୍ୟ ବୋଲି ପରିିଚୟ ଦେଇଥିଲେ । ଏବଂ ଯାଜପୁର ବିଧାୟକ ବବି ମିଶ୍ର ତାଙ୍କୁ ଏହି ଦାୟିତ୍ୱ ଦେଇଥିବା କହିବା ସହ ବବିଙ୍କ ଲେଟର ପ୍ୟାଡ ଏବଂ କାର୍ଯ୍ୟଦେଶ ଦର୍ଶାଇବା ସହ ୧୫ ନଭେମ୍ବର ୨୦୧୯ ରେ ୨୩ ଲକ୍ଷ ୨୬ ହଜାର ୬୭୧ ଟଙ୍କା କୁସୁମା ଗେଟ ପାଇଁ ବ୍ୟୟକରାଯିବ । ଏ ନେଇ ସେ ଏକ ଚେକ୍ ଦେଖାଇଥିଲେ ଯେଉଁଥିରେ ବବିଙ୍କ ଦସ୍ତଖତ ଏବଂ ଷ୍ଟାମ୍ପ ମଧ୍ୟ ରହିଥିଲା । ତେବେ ବବିଙ୍କ ନାଁ ନେଇ ଏବଂ ସମସ୍ତ କାଗଜପତ୍ର ଦେଖାଇ ସରୋଜ ଜେନାଙ୍କୁ ୨ ଲକ୍ଷ ଟଙ୍କା ଧାର ମାଗିଥିଲେ ଏହି ୪୨୦ ସାମ୍ବାଦିକ ସୁଧାଂଶୁ ଶେଖର । ସରୋଜ ଏ ସବୁ ଦେଖିବା ପରେ ବିଶ୍ୱାସ କରି ଟଙ୍କା ଦେଇଥିଲେ । କିଛୀଦିନ ପରେ ତେବେ ସୁଧାଂଶୁ ଦେଇଥିବା କାଗଜ ପତ୍ର ଉପରେ ସରୋଜଙ୍କ ସନ୍ଦେହ ହେବାରୁ ସରୋଜ ଯାଜପୁର ପୌର କାର୍ଯ୍ୟାଳୟରେ ସୁଧାଂଶୁ ଦେଇଥିବା କାଗଜପତ୍ର ଉପରେ ଯାଞ୍ଚ କରାଇଲେ । ଏବଂ ଜାଣିବାକୁ ପାଇଲେ ତାହା ନକଲି ବୋଲି ଏବଂ ଏଭଳି ଚିଠି ବା ଏହି କାର୍ଯ୍ୟ କୌଣସି ସିଗ୍ନାଏଜ ଏଣ୍ଟରପ୍ରାଇଜକୁ ପ୍ରଦାନ କରାଯାଇନାହିଁ । ଏହାପରେ ସୁଧାଂଶୁଙ୍କ ସତ ସରୋଜ ସାମ୍ନାକୁ ଆସିବାପରେ ସେ ସୁଧାଂଶୁୁଙ୍କୁ ସେ ଦେଇଥିବା ଟଙ୍କା ମାଗିଥିଲେ । କିନ୍ତୁ ସୁଧାଂଶୁ ନିଜର ଅସଲ ରୁପ ଦେଖାଇଥିଲେ ଏବଂ ନିଜକୁ ସମ୍ବାଦିକର ପରିଚୟ ଦେଇ ଧମକ ଦେଇଥିଲେ । ଯାହାକୁ ନେଇ ସରୋଜ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଏହା ପୂର୍ବରୁ ନକଲି ସିବିଆଇ ଅଫିସର କହି ଠକେଇ , ଏବଂ ଜଣେ ବ୍ୟକ୍ତିଙ୍କୁ ଟିଭି ସାମ୍ବାଦିକ କରିବାର ଆଶା ଦେଖାଇ ୧୫ ହଜାର ଟଙ୍କା ଠକିଥିବା ଭଳି ଅନେକ ମାମଲା ରହିଛି ଏହି ୪୨୦ ସମ୍ବାଦିକ ସୁଧାଂଶୁ ଶେଖରଙ୍କ ନାଁରେ ।

Related posts

ବିଜେପି ପକ୍ଷରୁ ମହିଳା ଲାଭାର୍ଥୀ ସମ୍ମୀଳନୀ ଅନୁଷ୍ଠିତ

mahabharatanews

ଛାତ୍ର ବିଜେଡ଼ି ପକ୍ଷରୁ ଏକ ସପ୍ତାହବ୍ୟାପୀ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର: ମହାଦେବଙ୍କୁ ଜଳ ଅର୍ପଣ କରିବେ ଭକ୍ତ

mahabharatanews

Leave a Comment