ଭାରତ

କାର୍ତ୍ତିକ ବୁଡ଼ ପକାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

(ଛତିଶଗଡ଼) : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଖାରୁନ ନଦୀରେ ବୁଡ଼ ପକାଇ ଥିବା କଥା ଜଣାପଡିଛି । ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୂଜା ଅର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ବଘେଲ ଖାରୁନ୍‌ ନଦୀରେ ବୁଡ଼ ପକାଇ ସ୍ନାନ କରିବା ସହିତ ପ୍ରଜ୍ଜ୍ବଳିତ ଦୀପ ଭସାଉଛନ୍ତି।

ସୂଚନାନୁଯାୟୀ, କାର୍ତ୍ତିକ ମାସରେ ଏହି ବୁଡ଼ ପକାଇବା ବିଧି ଶାରଦ ପୂର୍ଣ୍ଣିମାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ସମସ୍ତ ଦେବାଦେବୀ ପୃଥିବୀକୁ ଓହ୍ଲାଇ ଆସୁଥିବାରୁ ବଡ଼ ଉତ୍ସାହ ଉଦ୍ଦୀପନାର ସହିତ ଏହି ଦିନଟି ପାଳିତ ହୁଏ। ଲୋକେ ଜଳାଶୟ ନିକଟକୁ ଆସି ପାନପତ୍ର, ଫୁଲ, ଦୁଗ୍ଧ, ଫଳ ଓ ମୁଦ୍ରା ଅର୍ପଣ କରି ପ୍ରଜ୍ଜ୍ବଳିତ ଦୀପ ଭସାନ୍ତି। ତେଣୁ, କାର୍ତ୍ତିକ ପୂର୍ଣ୍ଣିମାକୁ ଦେବ ଦୀପାବଳି କୁହାଯାଏ।

Related posts

୨୦୨୪ ନିର୍ବାଚନ ଲାଗି ବିଜେପିର ମାନସ ମନ୍ଥନ

mahabharatanews

ଖୁବ୍ ଶୀଘ୍ର ଜାମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟର ମାନ୍ୟତା 

mahabharatanews

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ‘ଇଡି’ର ଚତୁର୍ଥ ସମନ୍‌

mahabharatanews