(ଛତିଶଗଡ଼) : ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ।ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିପାତ । ଛତିଶଗଡ଼ର ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।
ସୂଚନାନୁଯାୟୀ , ଅପରେସନ ଚାଲିଥିବା ବେଳେ ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ । ନିହତ ନକ୍ସଲଙ୍କ ମଧ୍ୟରେ ଦରଭା ଡିଭିଜିନର ଏଲଓସି କମାଣ୍ଡର ରହିଥିବା ଜଣାପଡ଼ିଛି । ସମସ୍ତ ୩ ନକ୍ସଲଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ଡିଆରଜି, ସିଆରପିଏଫ ଓ ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା ।
